Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏ ସରକାରରେ ପୁଲିସ ବି ଗୁଣ୍ଡା ସାଜିଛି:ସୁଲତା ଦେଓ

    Share on :
    ajab-Image
    Date: Jul 16, 2025    Views: 2701

    ଭୁବନେଶ୍ୱର: ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆନ୍ଦୋଳନ ସମୟରେ ପୁଲିସ ଏବଂ ବିଜେଡି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି । ଏପରିକି ପୁଲିସ ତରଫରୁ ପାଣି ମାଡ଼ ସହ ଲୁହବୁହା ଗ୍ୟାସ୍‌ ମାଡ଼ କରାଯାଇଛି । ଏହାକୁ ପ୍ରତିବାଦ କରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ । ସେ କାନ୍ଦି କାନ୍ଦି କହିଛନ୍ତି , ଏ ସରକାରରେ ପୁଲିସ ବି ଗୁଣ୍ଡା ସାଜିଛି । ଆମେ ଏଠି ଜଣେ ଝିଅକୁ ନ୍ୟାୟ ଦେବା ପାଇଁ ପ୍ରତିବାଦରେ ବସିଛୁ , ଆନ୍ଦୋଳନ କରୁଛୁ । କିନ୍ତୁ ପୁଲିସ୍‌ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସ୍‌ ମାଡ଼ କରୁଛି । ରବର ବୁଲେଟ୍ ଏପରି ପକାଇଲେ ଯେ ମୋ ଦେହରେ ମାଡ଼ ହେଲା । ଆମର ସବୁ କର୍ମୀମାନେ କ୍ଷତାକ୍ତ ହୋଇ ଯାଇଛନ୍ତି । ସେ କାନ୍ଦି କାନ୍ଦି ଆହୁରି ମଧ୍ୟ କହିଛନ୍ତି ଯେ ଆଜି ମହିଳା ସବୁଠି ଅସୁରକ୍ଷିତ । ସେମାନେ ମହିଳାମାନଙ୍କୁ ନ୍ୟାୟ ଦେଉନାହାନ୍ତି , ଓଲଟା ନିର୍ୟାତନା ଦେଉଛନ୍ତି । ସେ ଯାହା ବି କରନ୍ତୁ ଆମେ ଛାଡ଼ିବୁ ନାହିଁ , ମହିଳାଙ୍କ ପାଇଁ ଆଉ ନ୍ୟାୟ ପାଇଁ ଆମେ ଲଢ଼ିଛୁ ଏବଂ ଲଢ଼ିବୁ ମଧ୍ୟ , ଆମ ଘର ପାଇଁ ଆମେ ଲଢୁନୁ । ଏ ଲଢ଼େଇ ଜାରି ରହିବ । ଲୋୟର ପିଏମଜିରେ ପୁଲିସ୍‌- ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ବିଜେଡିର ଲୋକସେଭା  ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଛି ଆନ୍ଦୋଳନ । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ଼ ସହ ଲୁହାବହା ଗ୍ୟାସ୍‌ କରିଛି ପୁଲିସ୍‌ । ଏହି ଲୁହାବୁହା ଗ୍ୟାସ୍‌ ମାଡରେ  ପ୍ରଣବପ୍ରକାଶ ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ  ହୋଇଥିବା ସୂଚନା । ଅରୁଣ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଲା ପୁଲିସ । ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତୀବ୍ର ହେଉଛି ପ୍ରତିବାଦ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook