Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା: ସୁଜିତ କୁମାର

    Share on :
    ajab-Image
    Date: Sep 6, 2024    Views: 3759

    ଭୁବନେଶ୍ୱର:ବିଜେଡିରୁ ଇସ୍ତଫା ଦେଉ ଦେଉ ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସୁଜିତ କୁମାର ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଉପସ୍ଥିତିରେ ସୁଜିତ କୁମାର ପଦ୍ମ ଧରିଛନ୍ତି । ଏହି ଅବସରରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ । 
    ତେବେ ବିଜେପିରେ ମିଶିବା ପରେ ସୁଜିତ କୁମାର ବିଜେଡି ଛାଡ଼ିବାର କାରଣ କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହେଉଥିଲା । କିନ୍ତୁ ମୁଁ ଏକଥା କହିଆସୁଥିଲେ ହେଁ କେହି ଶୁଣୁନଥିଲେ । ନେତା ନଶୁଣିବାରୁ ମୁଁ ଦଳ ଛାଡ଼ିଲି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ,  ଟେଣ୍ଡର ଫିକ୍ସିରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି । ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ବି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ମୁଁ ଦଳ ଛାଡ଼ିଲି ବୋଲି ସୁଜିତ କୁମାର କହିଛନ୍ତି । ସେହିପରି ଦଳରେ ତାଙ୍କୁ ଅନାଦର କରାଯାଉଥିବା ସୁଜିତ କହିଛନ୍ତି । ଦଳ ଆଉ ମୋର ଆଉ ସେବା ଆବଶ୍ୟକ କରୁନଥିବା ସେ ଅନୁଭବ କରୁଥିବା କହିଛନ୍ତି । ସେଥିପାଇଁ ସେ ଏଭଳି କଠିନ ନିଷ୍ପତ୍ତି ଦେଇଥିବା ସୁଜିତ ଜଣାଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook