Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୋଗରାଇ ଗସ୍ତରେ ସୁଜାତା ରାଉତ

    Share on :
    ajab-Image
    Date: Nov 16, 2026    Views: 2358

    ଭୋଗରାଇ ଗସ୍ତରେ ସୁଜାତା ରାଉତ। ସକାଳୁ ସକାଳୁ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ସୁଜାତା। ଏହାପରେ ଦେହୁର୍ଡା ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା  , ଏଥିସହ ଏକ ବିଶାଳ ପଦଯାତ୍ରା ମଧ୍ୟ କରାଯାଇଛି  । ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଥାନାଛକ ହେଲିପ୍ୟାଡ୍ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ କର୍ମୀମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ତାଙ୍କ ସହିତ ଭୋଗରାଇ ବିଧାୟକ, ଜିଲ୍ଲା ସଭାପତିଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଭୋଗରାଇ ମାଟିରେ ସୁଜାତା ରାଉତଙ୍କ ଗସ୍ତକୁ ନେଇ ରାଜନୈତିକ ମହଲରେ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ। ପଦଯାତ୍ରା ପରେ ହେଲିପ୍ୟାଡ୍ ପଡ଼ିଆରେ ଆୟୋଜିତ ହୋଇଥିଲା ସାଧାରଣ ସଭା। ଏହି ସଭାରେ ଭୋଗରାଇ ବିଧାୟକ, ଜିଲ୍ଲା ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ସୁଜାତା ରାଉତ ମଞ୍ଚରୁ ଉପସ୍ଥିତ ହଜାର ହଜାର କର୍ମୀଙ୍କୁ ଉଦବୋଧନ ରଖିଛନ୍ତି ।  ତେବେ ସୁଜାତା ରାଉତଙ୍କ ଏହି ଭୋଗରାଇ ଗସ୍ତ ଓ ବିଶାଳ ପଦଯାତ୍ରା ଆଗାମୀ ଦିନରେ ରାଜନୈତିକ ସମୀକରଣକୁ କେଉଁ ଦିଗ ଦେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

    Maximum 500 characters

    ରାଜନୀତି View all

    Find Us on Facebook