ମୁଖ୍ୟ ଖବର
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଖେଳପଡିଆ ନିକଟ କାଜୁ ବଗିଚାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ମାନସ ବେହେରା(୨୪) ଅନଲାଇନ ଗେମ ଯୋଗୁଁ ବିପୁଳ ଅର୍ଥ ହରେଇଥିଲେ। ଗତ ୧୫ ଦିନ ପୂର୍ବରୁ ବିବାହ କରିଥିଲେ ମଧ୍ୟ ମୋବାଇଲ ଗେମ ନିଶାରୁ ନିବୃତ୍ତ ହୋଇନଥିଲେ। ଏହାକୁ ନେଇ ପରିବାରିକ କଳହ ସୃଷ୍ଟି ହୋଇଥିଲା। ପାରିବାରିକ କଳହରୁ ଗତକାଲି ଦିନ ଗୋଟେ ବେଳେ ମାନସ ଘରୁ ନିଖୋଜ ଥିଲେ। ଆଜି ସକାଳ ୬ ଟାରେ ମାଛକୁଟା ଖେଳପଡିଆ ନିକଟ କାଜୁ ବଗିଚାରେ କାଜୁ ଗଛରେ ରଶିରେ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି।
Comments ସମସ୍ତ ମତାମତ