Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଣ ବଳାତ୍କାର, ବ୍ଲାକ୍‌ମେଲ ପରେ ଦୁଇ ଭଉଣୀଙ୍କ ଆତ୍ମହତ୍ୟା

    Share on :
    ajab-Image
    Date: May 18, 2026    Views: 2824

    ଯୋଧପୁର : ରାଜସ୍ଥାନର ଯୋଧପୁର ସହରରେ ଏକ ଯୌନ କେଳେଙ୍କାରୀ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ପୁଲିସ ତତ୍ପରତା ପ୍ରକାଶ କରିଛି। ଦୁଇ ଭଉଣୀଙ୍କୁ ଗଣ ବଳାତ୍କାର ଓ ବ୍ଲାକ୍‌ମେଲ କରାଯାଇଥିବାବେଳେ ସେମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
    ସୂଚନାଯୋଗ୍ୟ ଇ-ମିତ୍ର ସର୍ଭିସ ସେଣ୍ଟର ଅପରେଟରଭାବେ କାର୍ଯ୍ୟ କରୁଥିବା ମହୀପାଲ ନାମକ ଜଣେ ବ୍ୟକ୍ତି ଆଜକୁ ପ୍ରାୟ ଚାରି ବର୍ଷ ପୂର୍ବେ ପ୍ରଥମେ ବଡ ଭଉଣୀକୁ ପ୍ରେମ ଜାଲରେ ଫସାଇଥିଲା। ମହୀପାଲ ଗୋପନରେ ଉକ୍ତ ଯୁବତୀଙ୍କର ନଗ୍ନ ଭିଡିଓ ରେକର୍ଡିଂ ପ୍ରସ୍ତୁତ କରି ତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲା। ମହୀପାଲ ପୀଡିତାଙ୍କୁ ନିୟମିତ ବଳାତ୍କାର କରିଥିବାବେଳେ ବ୍ଲାକ୍‌ମେଲ କରି ତାଙ୍କ ନିକଟରୁ ଅର୍ଥ ଲୁଟୁଥିଲା। ଶେଷରେ ଧୈର୍ଯ୍ୟହରା ହୋଇ ପୀଡିତା ମାର୍ଚ୍ଚ ୨୦ରେ ଆତ୍ମହତ୍ୟା କରିଥିଲେ। ବଡ ଭଉଣୀର ଏଭଳି ଅବସ୍ଥା ଦେଖି ସାନ ଭଉଣୀ ଏପ୍ରିଲ ୧୧ରେ ସ୍ଥାନୀୟ ଥାନାରେ ମହୀପାଲ ସମେତ ଆଠଜଣଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ତେବେ ପୁଲିସ ଏହାକୁ ଗୁରୁତ୍ବ ଦେଇନଥିଲା। ଧର୍ମକୁ ଆଖିଠାର ମାରି ପୁଲିସ କେବଳ ଖୋଳତାଡ କରିଥିଲେ ସୁଦ୍ଧା କାହାରିକୁ ଗିରଫ କରିନଥିଲା। ଫଳରେ ଅଭିଯୁକ୍ତଙ୍କ ସାହସ ବଢିଯାଇଥିଲା। ପରବର୍ତ୍ତୀ ସମୟରେ ମହୀପାଲ ଓ ଅନ୍ୟ ଅଭିଯୁକ୍ତମାନେ ସାନ ଭଉଣୀକୁ ଟାର୍ଗେଟ କରିଥିଲେ। ବଡ ଭଉଣୀର ଭିଡିଓକୁ ପ୍ରଘଟ କରିବା ଧମକ ଦେଇ ସେମାନେ ସାନ ଭଉଣୀକୁ ଗଣ ବଳାତ୍କାର କରିବା ଆରମ୍ଭ କରିଥିଲେ। ଶେଷରେ ଅନନ୍ୟୋପାୟ ହୋଇ ସାନ ଭଉଣୀ ଗତ ଶୁକ୍ରବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଦୁଇ ଭଉଣୀଙ୍କ ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଏମଡିଏମ ହସ୍ପିଟାଲ ସମ୍ମୁଖରେ ସାନ ଭଉଣୀର ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପୁଲିସ ବାଧ୍ୟହୋଇ ମହୀପାଲ ଓ ଗୋପାଳ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟମାନେ ଫେରାର ଥିବାବେଳେ ସେମାନଙ୍କୁ ଗିରଫ ଉଦ୍ୟମ ଜାରି ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook