Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆତ୍ମହତ୍ୟା କଲେ ନବବଧୂ

    Share on :
    ajab-Image
    Date: Mar 23, 2026    Views: 2933

    ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦିଗପହଣ୍ଡି ପୋଲିସ ଘର ଭିତରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଜବତ କରିଛି ।

    ଚନ୍ଦ୍ରମା ଗତ କିଛି ଦିନ ପୂର୍ବେ ଦିଗପହଣ୍ଡି ବସଷ୍ଟାଣ୍ଡରେ ରେଡିମେଡ଼ ଡ୍ରେସ ବ୍ୟବସାୟ କରୁଥିବା ଯୋଗୀ ସାହୁଙ୍କ ପୁଅ ବୁଲୁ ସାହୁଙ୍କୁ ବିବାହ କରିଥିଲେ। ପାରିବାରିକ ଅଶାନ୍ତିରୁ ମାନସିକ ଭାରସାମ୍ୟ ହରାଇ ନବବଧୂ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଦିଗପହଣ୍ଡି ପୋଲିସ ଅପମୃତ୍ୟୁ ମାମଲା ନଂ. ୧୪/୨୬ ଅନୁଯାୟୀ ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook