ମୁଖ୍ୟ ଖବର
ନୂଆଦିଲ୍ଲୀ; ବାହାଘର ପ୍ରସ୍ତୁତି ଚାଲିଥିଲା । ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ । ଘରେ ଖୁସିର ମାହୋଲ । ସମସ୍ତେ ବେଶ୍ ଖୁସି ଥିଲେ । କିଛି ଘଣ୍ଟା ପରେ କନିଆଁ ବେଶରେ ସେଜଇ ହୋଇଥାନ୍ତେ ଦୁଉ ଭଉଣୀ । ବର ଆସିଥାନ୍ତା ବାହାଘର ପରେ ଶାଶୂଘରକୁ ଯାଇଥାନ୍ତେ । ହେଲେ ନିମିଷକେ ସବୁ କିଛି ସରିଗଲା । ବିବାହ ଉତ୍ସବ ଶୋକରେ ବୁଡିଗଲା । ବିବାହ ଦିନ ଉଠିଲା ଦୁଇ ଭଉଣୀଙ୍କ କୋକେଇ । ବାହା ହୋଇ ପରଘରକୁ ଯାଇଥାନ୍ତେ ପରପାରିକୁ ଚାଲିଗେଲ । ରାଜସ୍ଥାନର ଯୋଧପୁରରୁ ଏପରି ଚାଞ୍ଚଲ୍ୟ କରିବା ପରି ଖବର ସାମ୍ନାକୁ ଆସିଛି । କ'ଣ ଏମିତି ହେଲା ଯେ ବିଷ ପିଇ ଜୀବନ ହାରିଲେ ଦୁଇ ଭଉଣୀ ? ସମସ୍ତଙ୍କ ମନରେ ଏବେ ଏହି ଗୋଟିଏ ପ୍ରଶ୍ନ ।ଗୋଟିଏ ଦିନରେ ଦୁଇ ଭଉଣୀ ବାହା ହୋଇ ପରଘରକୁ ଚାଲିଯାଇଥାନ୍ତେ । କିନ୍ତୁ ପରଘର ଯିବା ପୂର୍ବରୁ ଦୁଇଭଉଣୀ ଦୁନିଆକୁ ଛାଡି ଚାଲିଯାଇଛନ୍ତି । ବିବାହର କିଛି ଘଣ୍ଟା ପୂର୍ବରୁ ଉଭୟଙ୍କର ମୃତ୍ୟୁ ଘଟିଛି । ବିଷପାନ କରି ସେମାନେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ରାଜସ୍ଥାନର ଯୋଧପୁରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଦୁଇ ଭଉଣୀ ହେଲେ ଶୋଭା (୨୫) ଓ ବିମଳା (୨୩) । ଯୋଧପୁରର ମନାଈ ଗ୍ରାମରେ ସେମାନଙ୍କ ଘର । ସେମାନେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁଇ ଭଉଣୀଙ୍କୁ ଏକାଠି ବାହାଦେବାକୁ ପିତା ଦୀପ ସିଂହ ନିଷ୍ପତ୍ତି ନେଇଥିଲେ । ଗତ ଶନିବାର ବିବାହ ଥିଲା । ଶୁକ୍ରବାର ରାତିରେ ଜୋରଦାର ପ୍ରସ୍ତୁତି ଚାଲିଥିଲା । ବନ୍ଧୁ ପରିଜନଙ୍କ ଗହଳିରେ ଘର ଫାଟି ପଡ଼ୁଥିଲା । କିନ୍ତୁ ତାହା ପୂର୍ବରୁ ସବୁ ଛାରଖାର ହୋଇଯାଇଛି । ଶୋଭା ଓ ବିମଳାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଚେତ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ମୃତଦେହ ନେଇ ଫେରିଥିଲେ ।
ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଥମିକ ତଦନ୍ତରୁ ଦୁଇ ଭଉଣୀ ବିଷପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତ କାରଣ ଏ ଯାଏଁ ସାମ୍ନାକୁ ଆସିନାହିଁ । ଶୋଭା ଓ ବିମଳାଙ୍କ ମାମୁଁ ଯଶୱନ୍ତ ସିଂହ କହିଛନ୍ତି, ଦୀପ ସିଂହଙ୍କ ଭାଇମାନେ ଦୁଇ ଭଉଣୀଙ୍କ ବିବାହ ସ୍ଥିର କରିବାକୁ ପରିବାର ଉପରେ ଚାପ ପକାଉଥିଲେ । ଦୀପଙ୍କ ସାନଭାଇଙ୍କ ଚାପରେ ପଡ଼ି ଶୋଭା ଓ ବିମଳା ଏଭଳି ଚରମ ପଦକ୍ଷେପ ନେଇଥିଲେ ।
Comments ସମସ୍ତ ମତାମତ