ମୁଖ୍ୟ ଖବର
ବୁର୍ଲା: ୫୩ ନଂ ଜାତୀୟ ରାଜପଥର ବୁର୍ଲା-ସମ୍ବଲପୁର ମହାନଦୀ ସେତୁ ଉପରୁ ଜଣେ ମହିଳା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ବୁର୍ଲା ସହର ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ଜଣାଯାଇଛି। ଖବର ପାଇ ବୁର୍ଲା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କରି ଭିମ୍ସାର ବଡ଼ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମହିଳା ଜଣକ ବିବାହିତ ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
Comments ସମସ୍ତ ମତାମତ