Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନିଜେ ଗୁଳି କରି ନିଜ ଜୀବନ ନେଲେ କନେଷ୍ଟବଳ

    Share on :
    ajab-Image
    Date: Feb 5, 2026    Views: 3292

    ନୟାଗଡ଼: ନୟାଗଡ଼ ରିଜର୍ଭ ପୁଲିସ୍ ବ୍ୟାରକରେ ଜଣେ କନେଷ୍ଟବଳ ନିଜ ରିଭଲବଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ କନେଷ୍ଟବଳ ୨୭ ବର୍ଷୀୟ ସୁନିଲ ସେଠୀ ବୋଲି ଜଣାପଡ଼ିଛି । ତାଙ୍କ ଘର ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆବାରି ଗ୍ରାମରେ ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ବାରକ ଛାତ ଉପରେ ନିଜ ରିଭଲବଲରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବାବେଳେ ପାଖରେ ପଡ଼ିଥିବା ମୋବାଇଲି ମୃତ୍ୟୁ ପଛର ରହସ୍ୟ ଖୋଲିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାରୁ ଜଣାପଡ଼ିଛି ଯେ, ମୃତ କନେଷ୍ଟବଳ ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ପରିବାରର ସିକ୍ୟୁରିଟି ଦାୟିତ୍ୱରେ ଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook