ମୁଖ୍ୟ ଖବର
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଲୋମଟାଙ୍ଗୁରା ଘଟଣା ଘଟିଛି। ବିବାହର ଦୁଇ ଦିନ ପରେ ହନିମୁନରେ ଶ୍ରୀଲଙ୍କା ଯାଇଥିବା ନବ ଦମ୍ପତ୍ତି ଘରକୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି। ମୃତକ ସୁରଜ ଶିବାନ୍ନା(୩୬) ଏବଂ ଗାନଭି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଉଭୟ ଗତ ଅକ୍ଟୋବର ୨୯ ତାରିଖରେ ବେଙ୍ଗାଲୁରରେ ବିବାହ କରିଥିଲେ। ବାହାଘର ପରେ ଉଭୟ ହନିମୁନ୍ ପାଇଁ ଶ୍ରୀଲଙ୍କା ଯାଇଥିଲେ । ସେଠାରୁ ହିଁ ଝଗଡ଼ା ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁ ଫେରିବା ପରେ ଗାନଭି ବାପଘରକୁ ଚାଲିଯାଇଥିଲେ ।
ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ । ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏମିତିକି ଯୌତୁକ ପାଇଁ ନିର୍ୟାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉଷୁକାଇବା ମାମଲା ମଧ୍ୟ ରୁଜୁ କରାଇଥିଲେ । ଶୁକ୍ରବାର ସୂରଜ ୧୦୦୦ କିମି ନାଗପୁର ଚାଲିଯାଇଥିଲେ । ଆଉ ନାଗପୁରର ଏକ ହୋଟେଲରେ ଚେକ ଇନ୍ କରିବାର କିଛି ଘଣ୍ଟା ପରେ ସୂରଜ ମଧ୍ୟ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ।
ସୂରଜଙ୍କ ଭାଇ ସଞ୍ଜୟ କହିଥିଲେ ଧମକ ଏବଂ ଆଇନଗତ କାର୍ୟ୍ୟାନୁଷ୍ଠାନ ଯୋଗୁଁ ପୂରା ପରିବାର ଡିସେମ୍ବର ୨୫ରେ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚାଲିଯାଇଥିଲେ । ଯୌତୁକ କଥାକୁ ସେମାନେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ବିବାହର ପୂରା ଖର୍ଚ୍ଚ ସେମାନେ ଉଠାଇଥିଲେ। ଗାନଭିଙ୍କ ପରିବାର ଲୋକଙ୍କୁ କିଛି ବି ମାଗିନଥିଲେ । ପୁଲିସ୍ ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
Comments ସମସ୍ତ ମତାମତ