ମୁଖ୍ୟ ଖବର
ନୂଆଦିଲ୍ଲୀ: ରାଜସ୍ଥାନ କୋଟା ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ହଟସ୍ପଟ ପାଲଟି ଯାଇଛି। ସମଗ୍ର ଦେଶରୁ ଏଠାକୁ ନିଟ୍ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀ ଆସିଥାନ୍ତି । ମାତ୍ର ଅକାରଣେ ଛାତ୍ରମାନେ ଝୁଲି ପଡ଼ିବା ଘଟଣା ଚିନ୍ତା ବଢ଼ାଇଛି। କୋଟାରେ କିଛି ଦିନର ବ୍ୟବଧାନ ପରେ ପୁଣି ଘଟିଛି ଅଘଟଣ । ଝୁଲି ପଡ଼ିଛନ୍ତି ପୁଣି ଜଣେ ନିଟ୍ ଆଶାୟୀ ଛାତ୍ର ।
ପୁଲିସ୍ ସୂଚନା ଅନୁଯାୟୀ, ମୃତ ଛାତ୍ରଙ୍କ ନାଁ ପର୍ଶୁରାମ ବୋଲି ଜଣାପଡ଼ିଛି। ସେ ଉତ୍ତରପ୍ରଦେଶର ମଥୁରାର ବାସିନ୍ଦା । ପର୍ଶୁରାମ ବହୁ ସମୟ ପର୍ୟ୍ୟନ୍ତ କବାଟ ନ ଖୋଲିବାରୁ ସାଙ୍ଗମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଥିସହ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।
Comments ସମସ୍ତ ମତାମତ