Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସାବଧାନ ! ମନରେ ଆସୁଛି କି ସୁଇସାଇଡ଼ କରିବାର ବିଚାର ?

    Share on :
    ajab-Image
    Date: Oct 6, 2022    Views: 2815

    ଭୁବନେଶ୍ୱର: ଟେନସନ ଯୋଗୁ ବ୍ୟକ୍ତି କେବେ କେବେ ଡିପ୍ରେସନକୁ ଆସି ଯାଆନ୍ତି । କେବେ ଏପରି ସ୍ଥିତିରେ ବ୍ୟକ୍ତିକୁ ସୁଇସାଇଡ (ଆତ୍ମହତ୍ୟା) କରିବାର ଭାବନା ଆସିଥାଏ । ଯଦି ମନରେ ଏପରି ବିଚାର ଆସେ ତେବେ ଆସନ୍ତୁ ଜାଣିବା କିପରି କରିବେ କଣ୍ଟ୍ରୋଲ ।

    ଆଜିକାଲି ଲୋକଙ୍କ ଜୀବନରେ ବହୁତ ଏକାକୀପଣ ମାନସିକ ଦୁଶ୍ଚିନ୍ତାକୁ ବଢ଼ାଇଥାଏ । କିଛି ଲୋକ ଏହି ସ୍ଥିତିରେ ନିଜକୁ କଣ୍ଟ୍ରୋଲ କରି ପାରନ୍ତି ନାହିଁ । ଫଳରେ ସୁଇସାଇଡ ବା ଆତ୍ମହତ୍ୟା କରିବାକୁ ବିଚାର କରିଥାନ୍ତି । ଜାଣନ୍ତୁ କ’ଣ ପାଇଁ ଆସିଥାଏ ଆତ୍ମହତ୍ୟା ଚିନ୍ତା ଓ କିପରି ଏଥିରୁ ମୁକୁଳିବେ ।

    କ’ଣ ପାଇଁ ଆସିଥାଏ ସୁଇସାଇଡ ଚିନ୍ତା

    • ଦୁଶ୍ଚିନ୍ତା ଓ ଦୁଃଖ

    • ଆଡଜଷ୍ଟ କରି ନପାରିବା

    • କୌଣସି ପରିସ୍ଥିତିକୁ ହ୍ୟାଣ୍ଡେଲ କରି ନପାରିବା

    • ଅଧିକ ନିଶା ସେବନ କରିବା

    • କୌଣସି ହୀନ ଭାବନାରେ ପୀଡିତ ହେବା

    • ଆତ୍ମହତ୍ୟାର ଫ୍ୟାମିଲ ହିଷ୍ଟ୍ରି

    • ବୃତ୍ତିରେ ସନ୍ତୋଷ ନହେବା ବା ନିରାଶା ରହିବା

    • କିଛି ମାରାତ୍ମକ ରୋଗରେ ପୀଡିତ ରହିବା

    • ସାମାଜିକ ଭାବେ ଅଲଗା ଭାବିବା

    କେମିତି କରିବେ ସୁଇସାଇଡକୁ ହ୍ୟାଣ୍ଡେଲ

    ୧. ଲୋକଙ୍କ ସହ କଥା ହୁଅନ୍ତୁ : ନୀରବ ରହିଲେ ଖରାପ ଚିନ୍ତା ଆସିଥାଏ । ତେଣ ନୀରବ ନ ରହି ସର୍ବଦା କଥା ହୁଅନ୍ତୁ ।

    ୨. ଲୋକଙ୍କ କମେଟ ଉପରେ ଧ୍ୟାନ ନଦେବା : କିଛି ଲୋକ ଅନ୍ୟକୁ କମେଟ କରିଥାନ୍ତି । ଯାହା ବହୁତ ପ୍ରଭାବିତ କରିଥାଏ । ତେଣୁ କେବେ ବି ଅନ୍ୟର କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।

    ୩. ବ୍ୟାୟମା କରନ୍ତୁ ।

    ୪. ସ୍ୱାସ୍ଥ୍ୟକର ଖାଦ୍ୟ ନିଅନ୍ତୁ ।

    ୫. ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବନାନ୍ତୁ ।

    Maximum 500 characters

    ବିଶେଷ View all

    Find Us on Facebook