Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୁଃଖଦ.. ଅଭାବନୀୟ: ଏକାବେଳେ ବିଷ ପିଇଲେ ୯ ଜଣ

    Share on :
    ajab-Image
    Date: Jun 21, 2022    Views: 3660

    ମୁମ୍ବାଇ: ଜଣେ କି ୨ ଜଣ ନୁହଁ। ଏକାଥରକେ ଗୋଟିଏ ପରିବାରର ୯ ଜଣ ଜୀବନ ହାରିଛନ୍ତି। ଜୀବନ ଯନ୍ତ୍ରଣାର ଭାରକୁ ସହିନପାରି ଏମାନେ ମୃତ୍ୟୁକୁ ସୁବୁଦିନ ପାଇଁ ଆଦରି ନେଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ସଙ୍ଗଲି ଜିଲ୍ଲାରେ ଘଟିଛି। ସୋମବାର ମୁମ୍ବାଇଠାରୁ ୩୫୦ କିମି ଦୂରରେ ଏହି ଘଟଣା ଘଟିଛି। ଗୋଟିଏ ଡାକ୍ତର ପରିବାରର ୯ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।  
    ଗୋଟିଏ ଘର ଭିତରୁ ମିଳିଛି ୯ଟି ମୃତ ଦେହ।ମୃତକଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି। ସେ ହେଉଛନ୍ତି ପୋପାଟ ୟାଲ୍ଲାପା ଭାନମୋରେ(୫୨)।

    ପେଶାରେ ସେ ଜଣେ ଡାକ୍ତର।  ସେହିପରି ଅନ୍ୟମାନେ ହେଲେ ସଙ୍ଗୀତା ପୋପାଲ ଭାନମୋରେ(୪୮), ଅର୍ଚ୍ଚନା ପୋପାଟ ଭାନମୋରେ(୩୦),  ଶୁଭମ ପୋପାଟ ଭାନମୋରେ(୨୮), ମାଣିକ ୟାଲାପା ଭାନମୋରେ(୪୯), ରେଖା ମାରିକ୍ ଭାନମୋରେ(୪୫), ଆଦିତ୍ୟ ମାଣିକ ଭାନମୋରେ(୧୫), ଅନିତା ମାରିକ୍ ଭାନମୋରେ(୨୮), ଅକ୍ତାଇ ଭାନମୋରେ(୭୨)। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook