Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁଧୀର ପାତ୍ର ମର୍ଡର ମିଷ୍ଟ୍ରି, ରିମାଣ୍ଡରେ ଆସିବେ ଝିଆରୀ-ପୁତୁରା

    Share on :
    ajab-Image
    Date: Apr 29, 2026    Views: 2887

    ବ୍ରହ୍ମପୁର: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଆସିବେ ଆଉ ଚାରି ଅଭିଯୁକ୍ତ। ଜେଏମ୍ଏଫ୍‌ସି (ଗ୍ରାମାଞ୍ଚଳ) କୋର୍ଟରେ ଗୋପାଳପୁର ପୁଲିସର ଆବେଦନ। ରିମାଣ୍ଡରେ ଆସିବେ ସୁଧୀରଙ୍କ ଝିଆରୀ ନିବେତିତା ପାତ୍ର ଏବଂ ପୁତୁରା ତୁଷାର ପାତ୍ର। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ପୁଲିସର ଆବେଦନ। ଅନ୍ୟପଟେ ସୋମବାର ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ ଜେଲକୁ ଫେରିଛନ୍ତି । ରିମାଣ୍ଡ୍‌ରେ ଆସିଥିବା ମୁଖ୍ୟ ଅଭିଯୁକ୍ତ କାଳୁ ଚରଣ ପ୍ରଧାନ, ସୁପାରି କିଲର୍ ସୂର୍ୟ୍ୟପ୍ରତାପ ସିଂହ, ନାରାୟଣ ପ୍ରଧାନ, ଜିତୁନ୍ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ଜେଏମ୍ଏଫ୍‌ସି (ଗ୍ରାମାଞ୍ଚଳ) ରେ ହାଜର କରି ଜେଲ୍ ପଠାଇ ଦିଆଯାଇଛି ।
    ସୂଚନା ଅନୁଯାୟୀ,୫ ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ଆଣି ଗୋପାଳପୁର ପୁଲିସ୍ ସିନ୍ ରିକ୍ରିଏସନ୍ କରିବା ସହ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ପୁଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି । ମାମଲା ସହ ଜଡ଼ିତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ଉକ୍ତ ତଥ୍ୟ ସହାୟକ ହେବ ବୋଲି କୁହାଯାଉଛି । ସେମାନଙ୍କୁ ଧରିବା ପରେ ମାମଲା ଅଧିକ ସ୍ପଷ୍ଟ ହେବ । ଅଭିଯୁକ୍ତଙ୍କ ସୂଚନା ଆଧାରରେ ଦୁଇ ଦିନ ଧରି ବାଘୁଆ ଡ୍ୟାମ୍‌ରେ ଅଗ୍ନିଶମ ବାହିନୀ ମାଉଜର୍ ଖୋଜିଥିଲେ । ବହୁ କସରତ ପରେ ବି ମାଉଜର୍ ମିଳିନାହିଁ । ସେଥିପାଇଁ ଅଭିଯୁକ୍ତଙ୍କ ବୟାନ ଉପରେ ପୁଲିସର ସନ୍ଦେହ ବଢ଼ିଛି । ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡ୍‌ରେ ଆଣିବା ପାଇଁ ପୁଲିସ ବୁଧବାର ଆବେଦନ କରିପାରେ ।ଗତ ୧୫ ତାରିଖରେ ଗୋପାଳପୁର ଥାନା ବଣଗାଁରୁ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଅଭିଯୁକ୍ତମାନେ ରାତିତମାମ ତାଙ୍କୁ ନିର୍ୟାତନା ଦେଇଥିଲେ ଏବଂ ୧୬ ତାରିଖ ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook