ମୁଖ୍ୟ ଖବର
ଗଞ୍ଜାମ : ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପାରେ ପୁଲିସ । ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରିଥିଲା ପୁଲିସ୍ । ତେବେ ଆବେଦନ କିଛି ସମୟ ପରେ ୫ ଅଭିଯୁକ୍ତ ଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ ।
ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ପୋଲିସ। ରିମାଣ୍ଡରେ ନେବା ଲାଗି ମାମଲାର ତଦନ୍ତ ଅଧିକାରୀ ଙ୍କୁ ଅନୁମତି ମିଳିସାରିଛି। ଆଉ କିଛି ସମୟ ପରେ ଜେଲ୍ ରେ ଥିବା ଅଭିଯୁକ୍ତ ମାନଙ୍କୁ ପୁଲିସ ନେବ ବୋଲି ଜଣା ପଡ଼ିଛି ।
Comments ସମସ୍ତ ମତାମତ