Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୬୨ ହଜାର କୋଟି ନଦେଲେ ଜେଲ ଯିବେ ସାହାରା ମୁଖ୍ୟ

    Share on :
    ajab-Image
    Date: Nov 20, 2020    Views: 3986

    ପୁନେ : ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଅଡୁଆ ବଢିବାରେ ଲାଗିଛି । ସୁରକ୍ଷା ଏବଂ ବିନିମୟ ବୋର୍ଡ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଯଦି ସୁବ୍ରତ ରୟ ୬୨ ହଜାର ୬୦୦ କୋଟି ଟଙ୍କା ଦାଖଲ ନକରନ୍ତି ତେବେ ତାଙ୍କୁ ତୁରନ୍ତ ଜେଲ ପଠାଯିବ ବୋଲି ଜଣାପଡିଛି । ରୟ ଏହି ମାମଲାରେ ଜେଲରେ ରହିଥିବା ବେଳେ ପରିଶୋଧର ପ୍ରତିଶ୍ରୁତି ଦେଇ ପାରୋଲରେ ଅଛନ୍ତି । ତେବେ ପାରୋଲରେ ଆସିବା ପରେ ୧୫ ହଜାର କୋଟି ଟଙ୍କା ପରିଶୋଧ କରିଥିଲେ ରୟ ।
    ଏହାପରେ ରୟଙ୍କ ପକ୍ଷରୁ ଆଉ କୌଣସି ଅର୍ଥ ପରିଶୋଧ କରାଯାଇନଥିଲା । ଯଦି ରୟ ଏହି ଅର୍ଥ ପରିଶୋଧ ନକରନ୍ତି ତେବେ ତାଙ୍କ ପାରୋଲ ଅବଧି ଶେଷ କରି ଗିରଫ କରିବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ୪ ବର୍ଷ ପୂର୍ବେ ରୟଙ୍କୁ ଆଉ ୨୫ ୭୦୦ କୋଟି ପରିଶୋଧ କରିବାର ଥିଲା । ମାତ୍ର ରୟ ଏଥିରେ ଖିଲାପ କରିବାରୁ ସେବି ପକ୍ଷରୁ ୧୫ ପ୍ରତିଶତ ଅତିରିକ୍ତ ସୁଧ ଲଗାଯାଇଥିଲା । ଏହା ସହିତ କମ୍ପାନୀ ପକ୍ଷରୁ ଏହାର ଗ୍ରାହକଙ୍କୁ ଆଉଥରେ ଅର୍ଥ ପରିଶୋଧ କରିବାକୁ ନିଦେ୍ର୍ଧଶ ପ୍ରଦାନ କରାଯାଇଛି ।
    ଉଲ୍ଲେଖଯୋଗ୍ୟ ଯେ, ନିୟମ ଭାଙ୍ଗି ଜନସାଧାରଣଙ୍କ ପଇସା ଆଣୁଥିବା ନେଇ ରୟଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସେବିର ନିୟମ ଉଲ୍ଲଂଘନ କରି ସୁବ୍ରତ ରୟ ପ୍ରାୟ ୩୫ ହଜାର କୋଟି ଟଙ୍କା ସଂଗ୍ରହ କରିଥିଲେ । ଏହା ପରେ ତାଙ୍କୁ ଜେଲ ପଠାଯିବା ସହିତ ନେଟଫ୍ଲିକ୍ସ ସିରିଜ ବ୍ୟାଡ ବୟ ବିଲେନିୟରରେ ସୁବ୍ରତଙ୍କ ଏପିଶୋଡ ସ୍ଥାନିତ କରାଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook