Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

    Share on :
    ajab-Image
    Date: May 9, 2026    Views: 2586

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉପସ୍ଥିତ ଅଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓ NDA ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି।  ଶୁଭେନ୍ଦୁଙ୍କ ସହ ୬ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଶୁଭେନ୍ଦୁଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଲେ ଦିଲ୍ଲୀପ ଘୋଷ, ଦିଲ୍ଲୀପଙ୍କ ପରେ ଅଗ୍ନିମିତ୍ର ପାଲ୍, ଅଶୋକ କିର୍ତ୍ତନିଆ, ଆଦିବାସୀ ନେତା ଖୁଦିରାମ ଟୁଡୁ ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ ମଧ୍ୟ ଶପଥ ନେଇଛନ୍ତି।

    କୋଲକାତାର କନଭେନସନ ସେଣ୍ଟର ଠାରେ ଶୁକ୍ରବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କ ନାମ ଘୋଷଣା କରିଛନ୍ତି । ଏଥିସହ ସେ ଶୁଭେନ୍ଦୁଙ୍କୁ ଫୁଲମାଳ ପିନ୍ଧାଇ ଆଲିଙ୍ଗନ କରିଥିଲେ । ଶୁଭେନ୍ଦୁ ମୁଣ୍ଡ ନୁଆଁଇ ଶାହଙ୍କ ଠାରୁ ଆଶୀର୍ବାଦ ଲୋଡ଼ିଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । 
    ୫୬ ବର୍ଷୀୟ ଶୁଭେନ୍ଦୁ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରୁ ହରାଇଛନ୍ତି । ଏଥିସହ ସେ ନନ୍ଦିଗ୍ରାମରୁ ଦ୍ୱିତୀୟଥର ପାଇଁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ୨୦୨୧ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ମମତାଙ୍କୁ ହରାଇଥିଲେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟର ୨୯୪ ଆସନରୁ ବିଜେପି ୨୦୭ ଆସନ ପାଇ ସରକାର ଗଠନ କରିବାକୁ ଯାଉଛି । ବିଧାୟକ ଦଳ ବୈଠକୁ ସମ୍ବୋଧିତ କରି ଶାହ କହିଥିଲେ ଯେ ବେଙ୍ଗଲର ଜନତା ବିଜେପି ଉପରେ ଭରସା ଓ ବିଶ୍ୱାସ ରଖି ପ୍ରଚଣ୍ଡ ବହୁମତରେ ଜିତାଇଛନ୍ତି । ତେଣୁ ଆମେ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରିବୁ । କେବଳ ବେଙ୍ଗଲ ନୁହେଁ ସମଗ୍ର ଦେଶରୁ ଜଣଜଣ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼ିବୁ । ଏହା ଧ୍ରୁବୀକରଣର ପ୍ରସଙ୍ଗ ନୁହେଁ । ଦେଶର ସୁରକ୍ଷା ସହ ଜଡ଼ିତ । ବିଜେପି ବିଧାୟକଙ୍କ ଜିତିବାର ବ୍ୟବଧାନ ହାରାହାରି ୨୮ ହଜାର ରହିଛି । ୩ରୁ ୭୭ ଏବଂ ୭୭ରୁ ୨୦୭ର ଯାତ୍ରା ଅଭୂତପୂର୍ବ ରହିଛି । ୯ ଜିଲ୍ଲାରେ ଟିଏମ୍‌ସି ଖାତା ଖୋଲିପାରି ନାହିଁ । ଦିଦିଙ୍କ ଅସ୍ତିତ୍ୱର ଚିହ୍ନବର୍ଣ୍ଣ ନାହିଁ । ଶୁଭେନ୍ଦୁ ତାଙ୍କୁ ନିଜ ଘରେ ହରାଇଲେ । ତେବେ ଏହି ବିଜୟ ଯେତିକି ଆନନ୍ଦ ଦାୟକ, ତାର ରାସ୍ତା ଅସହ୍ୟ ପୀଡ଼ାରେ ଭରା । ଏହି ବିଜୟର ଶ୍ରେୟ ସେ ଦଳର ୩୨୧ ଜଣ ଦିବଂଗତ କାର୍ୟ୍ୟକର୍ତ୍ତାଙ୍କୁ ଦେଇଛନ୍ତି । କହିଛନ୍ତି ସେମାନେ ରାଜ୍ୟରେ ବିଜେପିକୁ ମଜଭୁତ କରିବା ଲାଗି ଜୀବନ ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook