Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଶୁଭମନ ଅଧିନାୟକ

    Share on :
    ajab-Image
    Date: Jan 4, 2026    Views: 2592

    ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ଈଉଉଓ) ଦଳ ଘୋଷଣା କରିଛି। ଜାନୁଆରୀ ମାସରେ ବଦୋଦରାର ବିସିଏ ଷ୍ଟାଡିୟମରେ ଏହି ସିରିଜ୍ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଯୁବ ତାରକା ଶୁଭମନ ଗିଲଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି।

    ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡିଥିବା ଶ୍ରେୟସ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଅକ୍ଟୋବରରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କର ଉପଲବ୍ଧତା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (ଉକ୍ଟଋ) ର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ ପାଇଁ ଚୟନ କରାଯାଇ ନାହିଁ। ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ତାଙ୍କ 'ୱାର୍କ ଲୋଡ୍' ପରିଚାଳନା ପାଇଁ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ହାର୍ଦ୍ଦିକ ବର୍ତ୍ତମାନ ଗୋଟିଏ ମ୍ୟାଚରେ ୧୦ ଓଭର ବୋଲିଂ କରିବାକୁ ଫିଟ୍ ହୋଇନଥିବା ଜଣାପଡିଛି।
    ଭାରତୀୟ ଦଳ:
    ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟକିପର), ଶ୍ରେୟସ ଆୟର (ଉପ-ଅଧିନାୟକ)ଞ୍ଚ, ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୟସ୍ୱାଲ।

    Maximum 500 characters

    ଖେଳ ଖବର View all

    Find Us on Facebook