Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହସ୍ପିଟାଲରେ ଶୁଭମନ ଗିଲ୍‌

    Share on :
    ajab-Image
    Date: Nov 16, 2025    Views: 3211

    କଲକାତା: ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ବେକରେ ଯନ୍ତ୍ରଣା ​‌େ​‌ଯାଗୁଁ ମାତ୍ର ୩ଟି ବଲ୍‌ ଖେଳି ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ପରେ ଗିଲ୍‌ଙ୍କୁ ଡ୍ରେସିଂରୁମ୍‌ରୁ ଷ୍ଟ୍ରେଚର ଦ୍ବାରା ଆମ୍ବ୍ୟୁଲାନ୍‌ସ ପର୍ୟ୍ୟନ୍ତ ନିଆଯାଇ ଏକ ଘରୋଇ ହସ୍‌ପିଟାଲକୁ ନିଆ ଯାଇଥିଲା। ସେଠାରେ ଗିଲ୍‌ଙ୍କ ବେକରେ ସ୍କାନିଂ କରା ଯାଇଥିଲା। ଶନିବାର ପୂରା ରାତି ଗିଲ୍‌ ହସ୍ପିଟାଲରେ ରହିବେ। ତେଣୁ ଚଳିତ ଟେଷ୍ଟମ୍ୟାଚ୍‌ରେ ଗିଲ୍‌ ଆଉ ଖେଳିବା ଅସମ୍ଭବ। ତାଙ୍କ ଉପରେ ବିସିସିଆଇର ଡାକ୍ତରୀ ଦଳ ନଜର ରଖିଛନ୍ତି। ବେକରେ ଯନ୍ତ୍ରଣା ଗିଲ୍‌ଙ୍କ ପୁରୁଣା ସମସ୍ୟା। ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଖେଳିନଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook