Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମଙ୍କୁ ଧନ୍ୟବାଦ ଦେଲେ ଉପ-ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Apr 26, 2025    Views: 4240

    ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ ଆୟୋଜିତ “ଗଣମାଧ୍ୟମ ସହ କଥାବାର୍ତ୍ତା” କାର୍ୟ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ଯୋଜନାକୁ ଆହୁରି ଉନ୍ନତ କରିବା ପାଇଁ ସେମାନଙ୍କ ଠାରୁ ସୁଚିନ୍ତିତ ମତାମତ ଗ୍ରହଣ କରିଥିଲେ । ସୁଭଦ୍ରା ଯୋଜନାରେ ଏସଓପି ତଥା ଗାଇଡଲାଇନକୁ ଘରେ ଘରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାରେ  ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ବିଭିନ୍ନ ଦକ୍ଷତା ତାଲିମ କାର୍ୟ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ଆହୁରି ସମୃଦ୍ଧ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ପରିଡା ସେମାନଙ୍କ ସୁଚିନ୍ତିତ ମତାମତ  ଉପରେ ଆଗକୁ କାର୍ୟ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଖୁବ କମ ଦିନରେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ଯୋଡି ଥିବାରୁ ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀବୃନ୍ଦ ସମେତ ତୃଣମୂଳ ସ୍ତରରେ କାର୍ୟ୍ୟରତ ଅଙ୍ଗନବାଡି କର୍ମୀ ଓ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର କର୍ମକର୍ତ୍ତାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା  ଧନ୍ୟବାଦ ଜ୍ଞାପନ କରିଥିଲେ । 

    ଏହି କାର୍ୟ୍ୟକ୍ରମରେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ୨୦୦ ବରିଷ୍ଠ ସାମ୍ବାଦିକ ତଥା  ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକମାନେ ଯୋଗ  ଦେଇଥିଲେ । ଏହା ସହ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା ସହ ଜଡ଼ିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଓ ବିଭାଗୀୟ ପ୍ରମୁଖ ଅଧିକାରୀବୃନ୍ଦ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook