Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଟୋ ଏକ୍ସପୋ

ମୁଖ୍ୟ ଖବର

    ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି

    Share on :
    ajab-Image
    Date: Jan 27, 2025    Views: 4003

    କଟକ:  ସାଧାରଣତନ୍ତ୍ର ଦିବସ  ଅବସରରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ବିଷୟରେ କହିଛନ୍ତି । ଆସନ୍ତା ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ ବୋଲି ସେ ଘୋଷଣା କରଛନ୍ତି । 

    ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକରେ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ରାଜ୍ୟବାସୀଙ୍କୁ ସମ୍ୱୋଧନ କରି ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବିଷୟରେ ସୂଚନା ଦେଇଥିଲେ । ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ୟ୍ୟକାରୀ ହୋଇଛି ବେଲି ସେ କହିଛନ୍ତି । ଏଯାଏଁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଲାଣି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

    Maximum 500 characters

    ଅଟୋ ଏକ୍ସପୋ View all

    Find Us on Facebook