ଭୁବନେଶ୍ୱର: ଯାହାଙ୍କୁ ୨୧ ବର୍ଷ ପୂରିଥିବ ସେମାନେ ସୁଭଦ୍ରା ଆବେଦନ କରିପାରିବେ । ୨୧ ପୂରିଥିଲେ ନୂତନଭାବେ ସୁଭଦ୍ରା ଆବେଦନ କରିପାରିବେ । ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ୨୧ ପୂରିଥିଲେ ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଅନ୍ୟପକ୍ଷରେ ସୁଭଦ୍ରା ରିଜେକ୍ସନ ଯାଞ୍ଚ ଆସନ୍ତା ୧୫ ଦିନ ଭିତରେ ଶେଷ ହେବ । ଏନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦିଆଯାଉଛି । ମାଲକାନଗିରି, କୋରାପୁଟ ଓ ଗଜପତିରେ ଅଧିକ ରିଜେକ୍ସନ ହୋଇଛି । ଆସନ୍ତାକାଲି ଠାରୁ ମାଲକାନଗିରିରେ ଯାଞ୍ଚ ଆରମ୍ଭ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
ଅନ୍ୟପକ୍ଷରେ ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି ଆବେଦନର ଶେଷ ତାରିଖ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହା ସହ ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
Comments ସମସ୍ତ ମତାମତ