Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟ ଦେଇଛି:ସୁବାସିନୀ

    Share on :
    ajab-Image
    Date: Mar 20, 2026    Views: 2329

    ଭୁବନେଶ୍ୱର: ରାଜ୍ୟସଭାରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟିକା ସୁବାସିନୀ ଜେନା ତାଙ୍କ ପୂର୍ବ କଥାକୁ ପୁଣି ଦୋହରାଇଛନ୍ତି । କହିଛନ୍ତି, ନବୀନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟ ଦେଇଛି । କ୍ରସ୍ ଭୋଟିଂ ଅଭିଯୋଗ ନେଇ ସେ  ପ୍ରତିକ୍ରିୟା ରଖିଛନ୍ତି ।  ସୁବାସିନୀ ଜେନା  କହିଛନ୍ତି, ଦଳର ସୁପ୍ରିମୋ ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ । ଗୋଟିଏ ଭୋଟ୍ ସଂତୃପ୍ତ ମିଶ୍ରଙ୍କୁ ଦେଇଛି ।
    ଆଉ ଗୋଟିଏ ଭୋଟ୍ ଦିଲ୍ଲୀପ ରାୟଙ୍କୁ ଦେଇଛି ବୋଲି ସେ କହିଛନ୍ତି । ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍ ଦେଇଥିବାର ସେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ନିର୍ବାଚନ ମଣ୍ଡଳୀ ବସ୍ତାରେ କଂଗ୍ରେସ ସହିତ ମୋର ଲଢ଼େଇ ହେଉଛି । ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ । ପ୍ରଥମ ପସନ୍ଦ ଓ ଦ୍ବିତୀୟ ପସନ୍ଦ ଭୋଟ୍ ନେଇ ପ୍ରଶ୍ନକୁ ସେ  ଏଡ଼ାଇ ଯାଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook