Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୋଫିଆ ଆକ୍ସିଡେଣ୍ଟାଲ ଏମଏଲଏ: ସୁବାସ ସିଂ

    Share on :
    ajab-Image
    Date: Feb 20, 2026    Views: 2790

    କଟକ: କଟକରେ ଜଣ୍ଡିସ ବ୍ୟାପିବା ପ୍ରସଙ୍ଗରେ ବିଧାୟିକା-ମେୟରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । କଟକ-ବାରବାଟୀ ବିଧାୟିକା ସୋଫିଆଙ୍କ ଆରୋପର ଜବାବ ରଖିଛନ୍ତି ମେୟର ସୁବାସ ସିଂ । ସେ କହିଛନ୍ତି ଜଣ୍ଡିସ ସମୟରେ ସୋଫିଆ ମ୍ୟାଡାମ କେଉଁଠି ଥିଲେ, କଣ ଦାୟିତ୍ଵ ତୁଲାଇଛନ୍ତି । ହଠାତ୍ ମିଡିଆ ସାମ୍ନାକୁ ଆସି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଦାୟୀ କହୁଛନ୍ତି ।

    ମେୟର କହିଛନ୍ତି ଯେ ମୁଁ, କମିଶନର, ସିଏମସିର ଅଧିକାରୀ ପ୍ରଭାବିତ ଅଞ୍ଚଳ ବୁଲି ପଦକ୍ଷେପ ନେଇଛୁ । ହେଲେ ସେ ବିଧାୟିକା ଭାବରେ କ’ଣ ଦାୟିତ୍ଵ ତୁଲାଇଛନ୍ତି ବୋଲି ସୁବାସ ସିଂ ପ୍ରଶ୍ନ କରିଛନ୍ତି । ସୋଫିଆ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ମେମ୍ବର ଅଛନ୍ତି,ପଦକ୍ଷେପ ନିଅନ୍ତୁ । ମୋତେ ଦୁର୍ନୀତି ଗ୍ରସ୍ତ କହୁଛନ୍ତି ହେଲେ ସେ ଓ ତାଙ୍କ ବାପା ଉଭୟ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ସେ ତାଙ୍କ ବାପାଙ୍କ ଭଳି ଆକ୍ସିଡେଣ୍ଟାଲ ଏମ୍‌ଏଲ୍‌ଏ ହୋଇଛନ୍ତି ବୋଲି ସୋଫିଆଙ୍କୁ କଡା ସମାଲୋଚନା କରିଛନ୍ତି ସୁବାସ ସିଂ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook