Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ସୁବାଷଙ୍କୁ ଭୟ କରୁଥିଲେ ଇଂରେଜ ସରକାର

    Share on :
    ajab-Image
    Date: Jan 20, 2023    Views: 3580


    ଭୁବନେଶ୍ୱର : ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ଯୁଗାନ୍ତକାରୀ ପୁରୁଷ, ଅବିଚଳିତ, ନିରହଙ୍କାର ବୀର ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ  । ସେ ଥିଲେ ଭାରତ ମାତାର ଜଣେ ସଚ୍ଚା ସୈନିକ  । ଇଂରେଜ୍‌ ମାନଙ୍କ ବର୍ବର କାଣ୍ଡ ଦେଖି ତାଙ୍କ ଯୁବସୁଲଭ ମନରେ ସୃଷ୍ଟି ହୋଇଥିଲା ବିଦ୍ରୋହ ବହ୍ନି  ।


    ସ୍ୱାଧୀନଚେତା ସୁବାଷଚନ୍ଦ୍ରଙ୍କ ପ୍ରତି ଇଂରେଜ ସରକାରଙ୍କ ସଂଭ୍ରମ ତଥା ଭୟ ଥିଲା । ପରାଧୀନ ଦେଶରେ ସ୍ୱାଧୀନଚେତା ହେବା ଅର୍ଥ ସରକାରଙ୍କ ବିଷ ଦୃଷ୍ଟିରେ ପଡିବା । ୧୯୨୧-୧୯୪୧ ଏହି ୨୦ବର୍ଷ ମଧ୍ୟରେ ଇଂରେଜ ସରକାର ସୁବାଷଚନ୍ଦ୍ରଙ୍କ ପ୍ରତି ଏଗାର ଥର ଜେଲଦଣ୍ଡ ଆଦେଶ କରିଥିଲେ । ସୁବାଷଚନ୍ଦ୍ରଙ୍କ ବିରଚିତ ପୁସ୍ତକ-ଇଣ୍ଡିଆନ ଷ୍ଟ୍ରଗଲ’ରେ ଇଂରେଜ ସରକାରଙ୍କ ଅତ୍ୟାଚାର, ଅବିଚାର, ଅନ୍ୟାୟ ଅଧ୍ୟାଦେଶର ନଗ୍ନରୂପର ଲିପିଚିତ୍ର ପ୍ରକାଶ ପାଇଥିଲା । ତେଣୁ ସରକାର ଏହାକୁ ବାଜ୍ୟାପ୍ତ ଘୋଣୋ କରିଥିଲେ । ଏହି ପୁସ୍ତକ ବିକ୍ରି ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଥିଲେ । 


    ୧୯୩୮, ଅଖିଳ ଭାରତ କଂଗ୍ରେସର ୫୧ତମ ଅଧିବେଶନରେ ସୁବାଷ ଅଭିଭାଷଣରେ କହିଥିଲେ ‘ଆମ୍ଭମାନଙ୍କର ସଂଗ୍ରାମ କେବଳ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ନୁହେଁ । ସମଗ୍ର ବିଶ୍ୱ-ସାମ୍ରାଜ୍ୟବାଦ ବିରୋଧରେ ଏହା ଅଭିପ୍ରେତ । ବିଶ୍ୱ ସାମ୍ରାଜ୍ୟବାଦକୁ ଧ୍ୱଂସ କରିବାର ଉପାୟ ହେଉଛି ବ୍ରିଟିଶ ସାମ୍ରାଜ୍ୟବାଦର ବିଲୋପ-ସାଧନ । ଏଣୁ ଆମ୍ଭେ ଯେଉଁ ସଂଗ୍ରାମ କରୁଅଛେ, ତା’ର ଶୁଭଫଳ କେବଳ ଭାରତ ପାଇଁ ଉଦ୍ଧିଷ୍ଟ ନୁହେଁ । ଏହା ବିଶ୍ୱ ମାନବଜଗତର କଲ୍ୟାଣ ପାଇଁ । ଭାରତର ମୁକ୍ତି ହେଉଛି ମାନବ ଜାତିର ମୁକ୍ତି- ପ୍ରତୀକ । ବନ୍ଦେ ମାତରମ୍‌ 

    Maximum 500 characters

    ଘରକରଣ View all

    Find Us on Facebook