ମୁଖ୍ୟ ଖବର
ଭୁବନେଶ୍ୱର : ନେତାଜୀ ସୁବାଷ ଚନ୍ଦ୍ର ବୋଷ୧୮୯୭ ମସିହା ଜାନୁଆରି ୨୩ରେ କଟକର ଓଡିଆ ବଜାର ଠାରେ ଜନ୍ମଗ୍ରହଣ କରିଥିଲେ । ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କର ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀ ସୁଭାଷଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି ପଶ୍ଚିମବଙ୍ଗର ଚବିଶ ପ୍ରାଗଣା ଜିଲ୍ଲାରେ ।
ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ । ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । ସେତେବେଳେ କୈଣସି କାରଣରୁ ଜାନକୀନାଥ କଟକ ଆସନ୍ତି, କଟକର ଐତିହାସିକ ପରିବେଶ ତାଙ୍କୁ ବହୁଭାବରେ ଆକୃଷ୍ଟ କରିବାରୁ ସେ କଟକରେ ରହି ଆଇନ ବ୍ୟବସାୟ କରିବାକୁ ଶ୍ରେଷ୍ଠ ସ୍ଥାନ ଭାବରେ ବାଛିନେଲେ ଓ କଟକରେ ରହି ଆଇନ ବ୍ୟବସାୟ ଚଳେଇଲେ । ତା ଛଡା ଏହି ସମୟରେ କଟକ ତଥା ଓଡ଼ିଶା ଥିଲା ବଙ୍ଗଳା ପ୍ରେସିଡେନ୍ସିର ଏକ ଅଂଶ । ଜାନକୀ ନାଥଙ୍କର ଆଇନ ବ୍ୟବସାୟ କ୍ଷେତ୍ରରେ ଯୁକ୍ତି ପ୍ରବଣତା ଏବଂ ବିଚକ୍ଷଣରେ ପ୍ରଭାବିତ ହୋଇ ତଥା ସନ୍ତୁଷ୍ଟ ହୋଇ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ଗଭର୍ଣ୍ଣମେର ପ୍ଲିଡ଼ର ଭାବରେ ନିଯୁକ୍ତି ତଥା ରାୟବାହାଦୁର ପଦବୀ ପ୍ରଦାନ କରିଥିଲେ ।
Comments ସମସ୍ତ ମତାମତ