Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଛାତ୍ର ଜୀବନରୁ ସ୍ୱାଧୀନତା ପାଇଁ ସୁବାଷଙ୍କ ମନରେ ବିଦ୍ରୋହର ବହ୍ନି

    Share on :
    ajab-Image
    Date: Jan 18, 2023    Views: 3084

    ଭୁବନେଶ୍ୱର : ସ୍ୱାଧୀନତା ଇତିହାସର ବୀର ଯୋଦ୍ଧା ଥିଲେ ସୁବାଷ ଚନ୍ଦ୍ର ବୋଷ । ନେତାଜୀଙ୍କୁ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ  । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ  । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା  । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ  । 

    ୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା  । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର  । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା  । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ  । ସମସ୍ତେ ଉପବାସ ରହି ତାହା ପାଳନ କଲେ  । ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ସମସ୍ତ ମର୍ମସ୍ପର୍ଶୀ ହେଲା  । ସେ ଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦବୋଧନ ଦେଇ କହିଥିଲେ ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ କରିବାକୁ ହେବ ।


    ସହୀଦ ଖୁଦୀରାମଙ୍କର ସ୍ମୃତି ଦିବସ ପାଳନ ହେବାର ସମ୍ବାଦ ଇଂରେଜ ସରକାରଙ୍କ ନିକଟକୁ ପହଂଚିଲା  । ସେଥିଯୋଗୁଁ ଜିଲ୍ଲା ମାଜିଷ୍‌ଟ୍ରେଟଙ୍କ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ପ୍ରଧାନ ଶିକ୍ଷକ ବେଣିମାଧବ ଦାସଙ୍କୁ  । ଏହି କାରଣରୁ ବେଣୀମାଧବ ଦାସଙ୍କ ନଦୀଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣଗେରକୁ ଯିବାକୁ ଆଦେଶ ଆସିଲା । ଶିକ୍ଷକଙ୍କ ବଦଳିର ଆଦେଶ ଶୁଣି ଚୁପ ରହିପାରିଲେ ନାହିଁ, ସମସ୍ତ ଛାତ୍ରମାନଙ୍କୁ ନେଇ ଆନ୍‌ଦୋଳନ କରିଥିଲେ ମଧ୍ୟ ଶେଷରେ ଶିକ୍ଷକଙ୍କ ବଦଳି ହୋଇଥିଲା  । 

    Maximum 500 characters

    ଘରକରଣ View all

    Find Us on Facebook