Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବୀରତ୍ୱର ଅନ୍ୟନାମ ସୁବାଷ

    Share on :
    ajab-Image
    Date: Jan 18, 2023    Views: 3577

    ଭୁବନେଶ୍ୱର : ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ଯୁଗାନ୍ତକାରୀ ପୁରୁଷ, ଅବିଚଳିତ, ନିରହଙ୍କାର ବୀର ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ସେ ଥିଲେ ଭାରତ ମାତାର ଜଣେ ସଚ୍ଚା ସୈନିକ । ଇଂରେଜ୍ ମାନଙ୍କ ବର୍ବର କାଣ୍ଡ ଦେଖି ତାଙ୍କ ଯୁବସୁଲଭ ମନରେ ସୃଷ୍ଟି ହୋଇଥିଲା ବିଦ୍ରୋହର ବହ୍ନି । ଏଥିପାଇଁ ୧୯୨୧ମସିହାରେ ଇଂଲଣ୍ଡରୁ ଫେରି ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । କଲିକତାରେ ପ୍ରକାଶ ପାଉଥିବା ତତ୍କାଳୀନ ପ୍ରାଦେଶିକ କଂଗ୍ରେସର ମୁଖପତ୍ର ‘ଫରୱାର୍ଡ’ ମାଧ୍ୟମରେ ନିଜର ବୈପ୍ଳବିକ ଚିନ୍ତିଧାରାକୁ ଦେଶବାସୀଙ୍କ ନିକଟରେ ପହଞ୍ଚାଇ ଥିଲେ । ସନ୍ତ୍ରାସବାଦ ସହ ଲିଙ୍କ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ଅବନତି ଘଟିବାରୁ ତାଙ୍କୁ ଜେଲରୁ ଖଲାସ କରି ଦିଆଗଲା । ୧୯୩୮ ଓ ୧୯୩୯ରେ ସେ ହରିପୁର ଓ ତ୍ରିପୁରା ଅଧିବେଶନରେ ସଭାପତି ରୂପେ ନିର୍ବାଚିତ ହୋଇଥିଲେ । କିନ୍ତୁ ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ୧୯୩୯ ରେ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଇଂରେଜ୍ ମାନଙ୍କୁ ହରାଇବା ପାଇଁ ସେ କଣ୍ଟାକୁ କଣ୍ଟାରେ ସଫା କରିବା ଉପାୟ ଚିନ୍ତା କଲେ ଓ ‘ଫରୱାର୍ଡ ବ୍ଲକ’ ନାମରେ ଏକ ଦଳ ଗଠନ କଲେ ।

    ଇଂରେଜ୍ ମାନଙ୍କ ତତ୍କାଳୀନ ଶତ୍ରୁ ହିଟଲରଙ୍କ ସହ ବନ୍ଧୁତା ସ୍ଥାପନ କଲେ । ଇଂରେଜ ପୋଲିସ ଆଖିରେ ଧୂଳି ଦେଇ ଛଦ୍ମ ବେଶରେ ଭାରତ ଛାଡି ପେଶୱାର ଗିରିପଥ ଅତିକ୍ରମ କରି ବର୍ଲିନରେ ପହଞ୍ଚି ହିଟଲରଙ୍କୁ ସାକ୍ଷାତ କଲେ ଓ ଜର୍ମାନୀରୁ ଜାପାନ ଆସି ସେଠାରେ ବନ୍ଦୀ ଥିବା ହଜାର ହଜାର ଭାରତୀୟ ସୈନ୍ୟଙ୍କୁ ମୁକ୍ତି କରି ସିଙ୍ଗାପୁର ଠାରେ ‘ଆଜାଦ ହିନ୍ଦ ଫୌଜ ନାମକ’ ଏକ ବିରାଟ ସୈନ୍ୟବାହିନୀ ଗଠନ କଲେ । ତାଙ୍କ ବଜ୍ର ନିର୍ଘୋଷ କଣ୍ଠରେ ‘ଦିଲ୍ଲୀ ଚଲ୍ଲୋ’ ଡାକରା ଦେଲେ ।  ଜୟ ହିନ୍ଦ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପରିବେଶ । ତିନି ହଜାର ଭାରତୀୟଙ୍କୁ ନେଇ ଏକ କେନ୍ଦ୍ର ସଂସ୍ଥା ଗଠନ କରିଥିଲେ । ଭାରତପୂର୍ବ ସୀମାନ୍ତରେ ମଣିପୁର ଦଖଲ କଲେ । ନେତାଜୀ ପ୍ରଥମେ ସିଙ୍ଗାପୁରରରେ ପହଞ୍ଚି ଜାତୀୟ ପତାକା ଉଡାଇ ଥିଲେ । ସେ କହୁଥିଲେ “ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି” ଓ ସେ ସ୍ୱାଧୀନତାର ସୁରକ୍ଷା ପାଇଁ, ପ୍ରତିପକ୍ଷ ସହିତ ସମକକ୍ଷ ହେବା ପାଇଁ, ସାମରିକ ଆତ୍ମିକ ଶକ୍ତି ସାମର୍ଥ୍ୟର ବୀରତ୍ୱପୂର୍ଣ୍ଣ ପରିଚୟ ଦେଇଥିଲେ ।  

    Maximum 500 characters

    ଘରକରଣ View all

    Find Us on Facebook