Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    Share on :
    ajab-Image
    Date: Oct 11, 2026    Views: 2356

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାର୍ଥୀଙ୍କ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

    ରାଜ୍ୟରେ ମୋଟ ୩୪୭ଟି କଲେଜରେ ନିର୍ବାଚନ ଅନୁଷ୍ଠିତ ହେଉଛି। ୮୩୭୦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୧୧୯୬ ପ୍ରାର୍ଥୀ ନାମାଙ୍କନ ନାକଚ ହୋଇଥିଲା। ୭୧୭୪ ପ୍ରାର୍ଥୀପତ୍ର କାଏମ ରହିଥିଲା। ୪୦୫ ପ୍ରାର୍ଥି ନାମଙ୍କନ ପ୍ରତ୍ୟାହର କରିଥିଲେ। ଫଳରେ ୬୩୬୨ ପ୍ରାର୍ଥୀ ନିର୍ବାଚନରେ ଲଢେଇ ଅବତୀର୍ଣ୍ଣ ହୋଇଛନ୍ତି। ଏହି ପ୍ରାର୍ଥମାନେ ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ଲଢେଇ କରିବେ।

    ସେହିପରି ରାଜ୍ୟରେ ୧୩ଟି ବିଶ୍ବ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ମୋଟ ୪୨୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ୪୯ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିଲା। ୩୮୦ ପ୍ରାର୍ଥୀପତ୍ର କାଏମ ରହିଥିଲା। ୩୪ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ୨୮୭ ଜଣ ପ୍ରାର୍ଥୀ ବର୍ତ୍ତମାନ ନିର୍ବାଚନ ମଇଦାନରେ ରହିଛନ୍ତି। ପ୍ରାର୍ଥୀ ତାଲିକା ପ୍ରକାଶ ପରେ କଲେଜରେ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଆହୁରି ଜୋରଦାର ହେବ।

    Maximum 500 characters

    ରାଜନୀତି View all

    Find Us on Facebook