ମୁଖ୍ୟ ଖବର
ମୟୁରଭଞ୍ଜ: ପ୍ରଧାନ ଶିକ୍ଷକଙ୍କ ନାରେ ଅଭିଯୋଗ କରିବାକୁ BDOଙ୍କ ପାଖକୁ ଚାଲି ଚାଲି ଗଲେ ଶହ ଶହ ଛାତ୍ରଛାତ୍ରୀ । ସ୍କୁଲରେ ଉପଯୁକ୍ତ ଖାଦ୍ୟ, ୟୁନିଫର୍ମ ମିଳୁନଥିବା ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଶ୍ୟାମସୁନ୍ଦରପୁର ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଠିକ ଭାବରେ ଖାଦ୍ୟ ଦିଆଯାଉନଥିଲା । ଏପରିକି ୟୁନିଫର୍ମ ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଆସୁଥିଲେ । ତାଙ୍କ ଅଭିଯୋଗ କେହି ନଶୁଣିବାରୁ ସେମାନେ ପ୍ରଧାନଶିକ୍ଷକଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଅଭିଯୋଗ ଶୁଣିବା ପରେ ପ୍ରଧାନଶିକ୍ଷକ ତାଙ୍କ ଉପରକୁ ଗାଳିଗୁଲଜ କରିବା ସହ ସେମାନଙ୍କ ସହ ଦୁବ୍ୟବହାର କରିଥିଲେ । ଏଥିରେ ସେମାନେ ରାଗିଯାଇ ପ୍ରଧାନ ଶିକ୍ଷକଙ୍କ ନାରେ ଅଭିଯୋଗ କରିବାକୁ BDOଙ୍କ ପାଖକୁ ଚାଲି ଚାଲି ବାହାରିଛନ୍ତି ଶହ ଶହ ଛାତ୍ରଛାତ୍ରୀ ।
ପାଖାପାଖି ଚାରି କିଲୋମିଟର ବାଟ ଚାଲି ଚାଲି ଆସୁଥିବା ବେଳେ ପୁଲିସ ଆଉ ସ୍କୁଲ କର୍ତ୍ତୃପକ୍ଷଙ୍କ ସେମାନଙ୍କୁ ବୁଝାଇବାକୁ ଅନେକ ଥର ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କର ଗୋଟିଏ ହିଁ ଜିଦ ଆମେ ବିଡ଼ିଓଙ୍କୁ ଦେଖାକରି ଅଭିଯୋଗ କରିବୁ ।
Comments ସମସ୍ତ ମତାମତ