Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଝଡ଼ ନେଲା ୫ଜ ଜୀବନ

    Share on :
    ajab-Image
    Date: Apr 1, 2024    Views: 3537

    କୋଲକାତା: ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ରବିବାର  ଆକସ୍ମିକ ଝଡ଼ ଆସିବାରୁ ଅତି କମରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି। ଏହି ବିପର୍ୟ୍ୟୟ ଦ୍ୱାରା ବିଭିନ୍ନ ଘର ଏବଂ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏହା ସହ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪୨ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

    ସୋମବାର ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କହିଛନ୍ତି ଯେ ସେ ନିଜେ ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ଆସିଥିଲେ। ପରିଦର୍ଶନ ପରେ “ମୁଁ ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ରିଲିଫ କାର୍ୟ୍ୟରେ ଜଡିତ ଅନ୍ୟାନ୍ୟ ଏଜେନ୍ସି ସହିତ ଯୋଗାଯୋଗ କଲି। ଏହି ପ୍ରସଙ୍ଗରେ ମୁଁ ଦିଲ୍ଲୀ ସହ ଯୋଗାଯୋଗରେ ଅଛି । ଦେଶ ଏବଂ ରାଜ୍ୟ ପ୍ରଭାବିତ ଲୋକଙ୍କ ସହିତ ରହିଛି ” ବୋଲି ସେ କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook