Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ

    Share on :
    ajab-Image
    Date: Mar 23, 2023    Views: 2995

    ଭୁବନେଶ୍ୱର:  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଆଜି ସକାଳେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

    ମଣ୍ଡି ସମସ୍ୟା, ଧାନ କିଣାରେ ଅନିୟମିତତା ଓ କଟନୀ ଛଟନୀକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଛି । ଅନ୍ୟପଟେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଛି ପୋଲିସ । ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ଓ ସେମାନଙ୍କୁ ତାଙ୍କ ହକ୍ ମିଳୁ ବୋଲି ସେମାନେ ଦାବି କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook