Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

    Share on :
    ajab-Image
    Date: Oct 8, 2026    Views: 2663

    ଭୁବନେଶ୍ୱର: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି ଡାକରାରେ ସାମିଲ ହୋଇଛନ୍ତି। ଫଳରେ ବସ, ଅଟୋ ଓ ଟ୍ରେନ ସେବା ପ୍ରଭାବିତ ହୋଇଛି। ରାଜପଥ ଉପରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇଛି। ଏହି ବନ୍ଦ ଡାକରା ଯୋଗୁ ଘରୋଇ ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। MMDR ବିଲ୍‌ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି , ପାଠ୍ୟ ପୁସ୍ତକରେ ତ୍ରୁଟି ଆଦି ବିଭିନ୍ନ ଦାବି ନେଇ ‘ଇଣ୍ଡି’ ମେଣ୍ଡ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

    Maximum 500 characters

    ଘରକରଣ View all

    Find Us on Facebook