Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡ୍ରାଇଭରଙ୍କ ଆନ୍ଦୋଳନ:ଏହା କହିଲେ ଡିସିପି

    Share on :
    ajab-Image
    Date: Aug 19, 2026    Views: 2530

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। 

    ପୋଲିସକୁ ଟେକା ପଥର ମାଡ଼ କରିବା ସହ ଆମ ବସ୍ ଭାଙ୍ଗିଛନ୍ତି ଆନ୍ଦୋଳନକାରୀ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଛି ପୋଲିସ। ଲାଠି ଚାର୍ଜରେ ଆନ୍ଦୋଳନକାରୀ ଓ ଟେକା ମାଡ଼ରେ ପୋଲିସ ଆହତ ହୋଇଛନ୍ତି। 

    ଏହି ଘଟଣାକୁ ଡିସିପି ଜଗମୋହନ ମୀନା କହିଛନ୍ତି, ଆନ୍ଦୋଳନ ବେଳେ ହିଂସାତ୍ମକ କାଣ୍ଡ ଘଟାଇଥିବା ଡ୍ରାଇଭରଙ୍କ ଗାଡ଼ି ସିଜ୍ ହେବ। ଏଫଆଇଆର କରି ସେମାନଙ୍କୁ ଗିରଫ କରାଯିବ। ସେମାନଙ୍କ ଦାବି ଅଯଥାର୍ଥ। ଏଥିରେ ସରକାରଙ୍କ କିଛି କରିବାର ନାହିଁ।। ସେମାନେ ଘରୋଇ କଂପାନୀ ସହ ସଂପୃକ୍ତ, ଏଥିରେ ସରକାର କଣ କରିବେ। ଆନ୍ଦୋଳନ କରିବାକୁ କେବଳ ଦିନକ ପାଇଁ ଅନୁମତି ଥିଲା, ଆଜି ଜାଣିଶୁଣି ଅସୁବିଧା କରୁଛନ୍ତି। ଯେଉଁମାନେ ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଅଟକ ରଖାଯାଇଛି। ଥାନାରେ ଏତଲା କରି ଗିରଫ ସହ କୋର୍ଟ ଚାଲାଣ କରିବୁ ବୋଲି ଡିସିପି କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook