Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆନ୍ଦୋଳନରେ ଆଚାର୍ଯ୍ୟ ହରିହର କର୍କଟ ଅନୁଷ୍ଠାନର ଶତାଧିକ ଠିକା କର୍ମଚାରୀ

    Share on :
    ajab-Image
    Date: May 19, 2026    Views: 2867

    କଟକ: ଦରମା ମିଳିନଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ । ଦରଦାମ୍‌ ବୃଦ୍ଧି ଘଟୁଥିବା ବେଳେ ଦରମା ମିଳିବାରେ ଅନିୟମିତତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଠିକା କର୍ମଚାରୀ । ଦରମା ତାରିଖ ସ୍ଥିର କରିବା ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ୫୦୦ରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ । ଏହି ଆନ୍ଦୋଳନରେ ଆଟେଣ୍ଡାଣ୍ଟ, ହାଉସ କିପିଂ, ଗ୍ୟାସ ପ୍ଲାଣ୍ଟ ଅପରେଟର, ଲିଫ୍ଟ ଆଟେଣ୍ଡାଣ୍ଟ ଆଦି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ସାମିଲ ହୋଇଛନ୍ତି ।

    ବର୍ଷା ହେଉ ଅବା ଖରା କିମ୍ବା ଶୀତ ହେଉ ସବୁବେଳେ ସଠିକ ସମୟରେ ଏହି କର୍ମଚାରୀ ମାନେ କାର୍ଯ୍ୟରେ ଯୋଗ ଦେଇ ସେବା କରୁଛନ୍ତି । ମାତ୍ର ସଠିକ୍‌ ସମୟରେ ଦରମା ମିଳୁ ନଥିବା କର୍ମଚାରୀ ଅଭିଯୋଗ ଆଣିଛନ୍ତି । କାହିଁକି ଦରମା ପ୍ରଦାନରେ ବିଳମ୍ବ ହେଉଛି ସେନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । ଏହାର ସମଧାନ ପାଇଁ କୌଣସି ଠୋସ୍‌ ପ୍ରଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇ ଥିବା କହିଛନ୍ତି ଆନ୍ଦୋଳନରତ ଠିକା କର୍ମଚାରୀ ।
    ପ୍ରବଳ ଖରା ଆଉ ଗରମରେ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ଆନ୍ଦୋଳନରେ ବସି ରହିଛନ୍ତି ଆନ୍ଦୋଳନରତ କର୍ମଚାରୀ । ସମାନ କାମକୁ ସମାନ ଦରମା ପ୍ରଦାନ, ଶ୍ରମିକ ଶୋଷଣ ବନ୍ଦ କର ଆଦି ନାରାବାଜି ଦେଇ ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ତେବେ ଆନ୍ଦୋଳନରତ ଠିକା କର୍ମଚାରୀ ସୂର୍ଯ୍ୟକାନ୍ତ ଦାଶ କହିଛନ୍ତି, ‘ଦରମା ସଠିକ୍‌ ସମୟରେ ନ ମିଳିଲେ କେମିତି ପରିବାର ଚଳିବ କଣ ଖାଇବୁ ।’ ଏଥିସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।
    ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଠିକା କର୍ମଚାରୀ ସଂସ୍ଥା ମୁଖ୍ୟ ଅମରେନ୍ଦ୍ର କୁମାର ସିଂ(ଓଡ଼ିଶା ଇନଚାର୍ଜ ) । ସେ କହିଛନ୍ତି, ‘କାର୍ଯ୍ୟରତ କର୍ମଚାରୀ ମାନଙ୍କ ଚୁକ୍ତିର ଅବଧି ଶେଷ ହୋଇଛି । ସେମାନଙ୍କର କାର୍ଯ୍ୟକାଳ ଅବଧି ବୃଦ୍ଧି ନେଇ କୌଣସି ଚିଠି ଆସି ନାହିଁ । ଚୁକ୍ତିର ଅବଧି ବୃଦ୍ଧି ନେଇ ଚିଠି ମିଳିଲେ ତୁରନ୍ତ ସେମାନଙ୍କର ଦରମା ପ୍ରଦାନ କରାଯିବ । ଏନେଇ ଚିଠିକୁ ଅପେକ୍ଷା କରାଯାଇଛି । ସେହିପରି ମେଡିକାଲର କୌଣସି ରୋଗୀ ସେବା ପ୍ରଭାବିତ ହୋଇ ନାହିଁ । ଆଇସିୟୁ, ଓଟି ଆଦି ଗୁରୁତ୍ୱପୂର୍ଣ ସ୍ଥାନ ମାନଙ୍କରେ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ କାର୍ଯ୍ୟ ଚାଲିଛି ।’

    Maximum 500 characters

    ରାଜ୍ୟ ଖବର View all

    Find Us on Facebook