Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଡ୍ରାଇଭର ଆନ୍ଦୋଳନ :ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

    Share on :
    ajab-Image
    Date: Jul 11, 2025    Views: 3317

    ଭୁବନେଶ୍ୱର,: ୪ଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ ପରିବହନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ଅନୁଭବ କରି ପ୍ରାୟ ସବୁ ଟାଙ୍କିରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ରହୁଛିି। ଅନ୍ୟପକ୍ଷରେ ଭୁବନେଶ୍ୱର ବରମୁଣ୍ଡା ସମେତ ରାଜ୍ୟ ପ୍ରାୟ ସମସ୍ତ ବସ୍‌ଷ୍ଟାଣ୍ଡରେ ବସ୍‌ଗୁଡ଼ିକ ଅଟକି ରହିଥିବାବେଳେ ଲୋକେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଦୁର୍ଦ୍ଦଶା ଭୋଗୁଛନ୍ତି। ପରିବହନ ବ୍ୟବସ୍ଥାରେ ସୁଧାର ଆସୁ ନ ଥିବାରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବାରେ ଲାଗିଛି।
    ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଡ୍ରାଇଭର ସଂଘର ଦାବିକୁ ସରକାର ବିଚାର କରୁଛନ୍ତି। ସେମାନଙ୍କର ଦାବି ଖୁବ୍‌ଶୀଘ୍ର ପୂରଣ ହେବ। ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଆଦୌ ସଙ୍କଟ ନାହିଁ। ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଥିବାବେଳେ କଟକକୁ ୭୬ ଟ୍ୟାଙ୍କର ଆସିଛି। ସବୁ ସହରକୁ ତେଲ ପଠାଯାଇଛି। ତେଲର କଳାବଜାରକୁ ରୋକିବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି କଳାବଜାର ହେବା ନଜରକୁ ଆସିବ ସେଠାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

     

    Maximum 500 characters

    ତାଜା ଖବର View all

    Find Us on Facebook