Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୃତଦେହ ରଖି ରାସ୍ତାରୋକ

    Share on :
    ajab-Image
    Date: Nov 22, 2022    Views: 3534

    ନବରଙ୍ଗପୁର: ମୃତକଙ୍କ ପରିବାରକୁ  ୫୦ଲକ୍ଷ ଟଙ୍କା ଦେଲେ ରାସ୍ତାରୋକ ହଟିବ। ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ସନ୍ତୋଷପୁର ଗାଁରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ୧୫ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ଧରି କୋଷାଗୁମୁଡା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଫଳରେ କୋଷାଗୁମୁଡାରୁ ଛତିଶଗଡ଼ ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ରାସ୍ତରୋକ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକ କହିଛନ୍ତି।

    ଗତକାଲି ସନ୍ଧ୍ୟାରେ ଛତିଶିଗଡ଼ରୁ ଆସୁଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍‌ଟି କୋଷାଗୁମୁଡା ଗାଁର ଯୁବକ ରତନ ମାଝୀଙ୍କୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ସ୍ଥାନୀୟ ଲୋକେ  ଟ୍ରକ୍ ଓ ତା’ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook