ମୁଖ୍ୟ ଖବର
ଭୁବନେଶ୍ୱର : କୃଷି ଆଇନ ବିରୋଧରେ ଆସନ୍ତା ୨୫ ରେ ସର୍ବଭାରତୀୟ ବନ୍ଦ ଆହ୍ୱାନ ଓ ପ୍ରତିରୋଧ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ବାଚନିକ ମତରେ ଅତ୍ୟନ୍ତ ତରବରିଆ ଭାବେ କୃଷକଙ୍କ ସର୍ବନାଶ କରିବା ପାଇଁ ଯେଉଁ କୃଷି ବଧେୟକ ଗୃହୀତ ହୋଇଛି ତାହା ସମ୍ବିଧାନର ନଗ୍ନ ଉଲ୍ଲଘଂନ ବୋଲି ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋ-ଅର୍ଡିନେସନ୍ କମିଟି ରାଜ୍ୟ ଆବାହକମଣ୍ଡଳୀ ତରଫରୁ କୁହାଯାଇଛି। କର୍ପୋରେଟ୍ ସ୍ୱାର୍ଥରେ ଦେଶର କୃଷକଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ଧ୍ୱଂସ କରି କୃଷିର କମ୍ପାନୀକରଣ କରିବା ପାଇଁ ମୋଦୀ ନେତୃତ୍ୱାଧୀନ ବିଜେପି ସରକାରର ଏହା ଷଡ଼ଯନ୍ତ୍ର ବୋଲି କୁହାଯାଇଛି। ଆତ୍ମ ନିର୍ଭରର ସ୍ଳୋଗାନ୍ ଦେଇ କର୍ପୋରେଟ୍ ସଂସ୍ଥା ପାଖରେ ଆତ୍ମସମର୍ପଣ କରିବାର ଜ୍ୱଳନ୍ତ ନମୁନା ହେଉଛି ସଂସଦରେ ଗୃହୀତ ହୋଇଥିବା କୃଷି ବିଧେୟକ ବୋଲି କୃଷକ ସଂଗଠନ ନେତୃବୃନ୍ଦ କହିଛନ୍ତି। ଆସନ୍ତା ୨୫ ସେପ୍ଟେମ୍ବରରେ ସାରା ଦେଶରେ ବନ୍ଦ ଆହ୍ୱାନ ସହିତ ପ୍ରତିରୋଧ ଆନ୍ଦୋଳନ ସଂଗଠିତ ପାଇଁ ୨୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ ଆହ୍ୱାନ ଦେଇଛନ୍ତି।
ବନ୍ଦ ପାଇଁ ଆୟୋଜିତ ରବିବାର ଏହି ଭର୍ଚୁଆଲ୍ ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ, ଅଲ୍ ଇଣ୍ଡିଆ କିଷାନ୍ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ , ଅଲ୍ ଇଣ୍ଡିଆ କିଷାନ୍ ମଜଦୂର ସଭା ଜାତୀୟ ସମ୍ପାଦକ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସଂଗ୍ରାମ ନାୟକ ପ୍ରମୁଖ ଯୋଗଦେଇଥିଲେ।
Comments ସମସ୍ତ ମତାମତ