Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନନ୍ଦନକାନନରେ ୫ ଓରାଙ୍ଗଉଟାନ, STFର ତଦନ୍ତ ଆରମ୍ଭ

    Share on :
    ajab-Image
    Date: Sep 9, 2026    Views: 3313

    ଭୁବନେଶ୍ବର: ବାଲେଶ୍ୱର ଭୋଗରାଇରୁ ଉଦ୍ଧାର ପରେ ଭୁବନେଶ୍ୱରରେ ପହଞ୍ଚିଥିବା ୫ ଓରାଙ୍ଗଉଟାନଙ୍କୁ ନେଇ ନନ୍ଦନକାନନରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଯତ୍ନ ଓ ନିରୀକ୍ଷଣ । ଭେଟେରିନାରୀ ହସ୍ପିଟାଲର କ୍ୱାରେଣ୍ଟାଇନ୍ ରୁମ୍‌ରେ ସେମାନଙ୍କୁ ରଖାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସମସ୍ତେ ଏବେ ସ୍ଥିର ଥିବା ଜଣାପଡ଼ିଛି । ସୁରକ୍ଷା ଓ ସ୍ୱାସ୍ଥ୍ୟଗତ କାରଣରୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସେମାନଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ।
    ୫ଟି ଓରାଙ୍ଗଉଟାନଙ୍କ ଯତ୍ନ ପାଇଁ ୩ଟି ସିଫ୍ଟରେ ଡାକ୍ତର ଓ କେୟାରଟେକର ନିୟୋଜିତ ରହିବେ। ରାତି ସମୟରେ ମଧ୍ୟ ଜଣେ ସ୍ୱତନ୍ତ୍ର ଡାକ୍ତର ଉପସ୍ଥିତ ରହିବେ। ଏହି ସ୍ୱତନ୍ତ୍ର ଟିମ୍‌ କେବଳ ଓରାଙ୍ଗଉଟାନଙ୍କ ଦେଖାଶୁଣା କରିବେ ଏବଂ ଅନ୍ୟ ପ୍ରାଣୀଙ୍କ ସହ ସେମାନଙ୍କୁ ମିଶିବାକୁ ଦିଆଯିବ ନାହିଁ।

    କେୟାରଟେକର ମାନେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାର କରିବା ସହ ହାତକୁ ଗରମ ପାଣିରେ ଧୋଇବେ। ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ନିରନ୍ତର ନଜର ରହିଛି ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ।୫ ବିରଳ ଓରାଙ୍ଗଉଟାନ୍ ଚାଲାଣ ଘଟଣା ମାମଲାରେ STF ହାତକୁ ଗଲା ତଦନ୍ତ ଭାର । ରାକେଟ୍‌ର ମୂଳ ଖୋଜିବା ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କଲା STF । ଆନ୍ତର୍ଜାତୀୟ ତସ୍କରୀ ଲିଙ୍କ୍ ସନ୍ଦେହ କରି ଏସଟିଏଫର ଏକ ଟିମ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସି ଯାଞ୍ଚ କରିବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook