ମୁଖ୍ୟ ଖବର
ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ କ୍ରୀଡ଼ା ଛାତ୍ରାବାସ ଶିକ୍ଷାର୍ଥୀଙ୍କୁ ୧୫% ସଂରକ୍ଷଣ
କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପ୍ରତିଷ୍ଠାନକୁ ୫ ଏକର ଜମି
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ମାଗଣାରେ ୫୦ ଏକର ଜମି
ଦୀର୍ଘକାଳୀନ ସଂଯୋଗୀକରଣ ନୀତିରେ ଅନ୍ତର୍ଭୁକ୍ତ ହେଲା ଚୁନପଥର
ଏନସିଡ଼ିସିକୁ ଦିଆଯିବ ୩ ଏକର ଜମି
ଜଳସେଚନ ପାଇଁ ୨୬ ଶହ କୋଟି
ବୈତରଣୀ ଓ କୋଚିଲା ନଦୀ ଆନିକଟ ଟେଣ୍ଡରକୁ ମଂଜୁରୀ
ବଲାଙ୍ଗୀରରେ ଭୂତଳ ପାଇପ ଜଳସେଚନ ପାଇଁ ଟେଣ୍ଡରକୁ ଅନୁମୋଦନ
ଖରସୁଆଁ, କାଣି ଓ ବୈତରଣୀ ନଦୀରେ ଜଳ ଉତୋଳନ ପ୍ରକଳ୍ପ ଟେଣ୍ଡର ଉପରେ କ୍ୟାବିନେଟର ମୋହର
ମହାନଦୀ, ତେଲ ଓ ଇନ୍ଦ୍ରାବତୀ ଜଳ ଉତୋଳନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ
କଟକ ଓ ଅନୁଗୁଳରେ ଜଳ ଉତୋଳନ ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ
ବିଧାୟକ କଲୋନୀ ନିର୍ମାଣ କରିବ କେଇସି ଇଂଟରନାସନାଲ
ବଢ଼ିଲା ହକି ଷ୍ଟାଡ଼ିୟମ ପ୍ରକଳ୍ପ ମୂଲ୍ୟ
ଭୁବନେଶ୍ୱର : ଜଳସେଚନ ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । ଆନିକଟ ନିର୍ମାଣ ସହ ଜଳ ଉତୋଳନ ପ୍ରକଳ୍ପ ଜରିଆରେ ଜମିକୁ ଜଳସେଚନ ଓ ପାନୀୟ ଜଳଯୋଗାଣ ପାଇଁ ବହୁ ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ୨୬ ଶହ କୋଟିର ୬ଟି ପ୍ରକଳ୍ପ ପାଇଁ ଟେଣ୍ଡର ଉପରେ କ୍ୟାବିନେଟର ମୋହର ଲାଗିଛି । ସେହିପରି କେନ୍ଦ୍ରୀୟ ସଂସ୍ଥାକୁ ମାଗଣାରେ ଜମି ଯୋଗାଣ, ହକି ବିଶ୍ୱକପ ପାଇଁ ପ୍ରକଳ୍ପ ମୂଲ୍ୟ ବୃଦ୍ଧି, ସରକାରୀ ଶାରୀରିକ ମହାବିଦ୍ୟାଳୟରେ କ୍ରୀଡା ଛାତ୍ରାବାସ ଶିକ୍ଷାର୍ଥୀଙ୍କୁ ସଂରକ୍ଷଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟରେ ୩୩ଟି ପ୍ରସ୍ତାବ ଉପରେ ମୋହର ଲାଗିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ଏବଂ ସମ୍ବଲପୁରର କୁଲୁଣ୍ଡି ଠାରେ ଥିବା ସରକାରୀ ଶିକ୍ଷା ମହାବିଦ୍ୟାଳୟରେ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀର୍ଙ୍କ ପାଇଁ ୧୫% ଆସନ ସଂରକ୍ଷିତ ରହିବ । ଏନେଇ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି । ସରକାରୀ ଶିକ୍ଷା ମହାବିଦ୍ୟାଳୟର ଚୟନ ପ୍ରକ୍ରିୟାରେ କ୍ରୀଡ଼ା ଛାତ୍ରବାସର ଶିକ୍ଷାର୍ଥୀଙ୍କ ନିମନ୍ତେ ୫% ନମ୍ବର ମଧ୍ୟ କୋହଳ କରାଯିବ । ଯାହାଫଳରେ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀମାନେ ଶାରୀରିକ ଶିକ୍ଷାରେ ଚାକିରୀ କରିବାର ସୁଯୋଗ ପାଇପାରିବେ ।
ଚୁନପଥରକୁ ଦୀର୍ଘକାଳୀନ ନୀତିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି । ଏହି ନୀତି ଅନୁଯାୟୀ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଚୁନପଥର ବିକ୍ରି କରିବାକୁ ନିଷ୍ପତି ନିଆଯାଇଛି । ଇଡ଼କଲ ଓ ଓଏମସି ଅଧିନରେ ଥିବା ଅମ୍ପାଭାଲି ଚୁନପଥର ଖଣି ତଥା ଭବିଷ୍ୟତରେ ନିଲାମ ମାଧ୍ୟମରେ ବା ଆବଂଟନ ମାଧ୍ୟମରେ ମିଳିବାକୁ ଥିବା ଚୁନପଥର ଖଣିରୁ ରାଜ୍ୟର ଶିଳ୍ପାନୁଷ୍ଠାନଗୁଡ଼ିକୁ ନିରନ୍ତର ଭାବେ ଚୁନପଥର ଯୋଗାଣ କରାଯିବ । ଏହାଦ୍ୱାରା ରାଜ୍ୟ ଅର୍ଥନୀତି ସୁଦୃଢ଼ ହେବା ସହ ରାଜସ୍ୱ ବୃଦ୍ଧିରେ ବି ସହାୟକ ହୋଇପାରିବ ।
Comments ସମସ୍ତ ମତାମତ