ମୁଖ୍ୟ ଖବର
ବଲାଙ୍ଗୀର: ଜେଲରୁ ଜାମିନରେ ଆସିଥିବା ଅଭିଯୁକ୍ତଙ୍କୁ ଛୁରା ମାଡ଼ । ଯୁବକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଏଭଳି ଅଭବନୀୟ ଘଟଣା ଘଟିଛି ବଲାଙ୍ଗିର ଖପ୍ରାଖୋଲ ଥାନା ଅନ୍ତର୍ଗତ ଝାକରପାଲି ଗାଁରେ ।
ସୂଚନା ଅନୁସାରେ, ଜେଲରୁ ଜାମିନରେ ଆସିଥିବା ତୁର୍ଲା ଗାଁର ସ୍ୱାଧୀନ ପଣ୍ଡାଙ୍କୁ ଝାକରପାଲି ଗାଁର ପ୍ରକାଶ ସିଂ ବରିହା ପଛପଟୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ସ୍ୱାଧୀନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିବା ବେଳେ ପୋଲିସ ଅଭିଯୁକ୍ତ ପ୍ରକାଶଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ଦୁଇଥର ଛୁରୀ ଆକ୍ରମଣ ଘଟଣାରେ ଜେଲ ଯାଇଥିଲେ। ପ୍ରାୟ ପାଞ୍ଚ ମାସ ଜେଲରେ ରହିବା ପରେ ଜାମିନରେ ବାହାରି ପୁଣି ଆକ୍ରମଣ କରିଥିଲା ।
Comments ସମସ୍ତ ମତାମତ