Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁଷ୍‌ରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼

    Share on :
    ajab-Image
    Date: Feb 8, 2026    Views: 3344

    ନୂଆଦିଲ୍ଲୀ; ରକ୍ତ ରଞ୍ଜିତ ହେଲା ମେଡ଼ିକାଲ କଲେଜ । ଭାରତୀୟ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ରୁଷିଆ ଉଫାରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏକ ମେଡିକାଲ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ନାବାଳକ ଛୁମାମାଡ଼ କରିଛି । ବିଦେଶୀ ପିଲା ରହୁଥିବା ହଷ୍ଟେଲରେ ପଶି ଅତର୍କିତ ଆକ୍ରମଣ କରିଥିଲା ୧୫ ବର୍ଷୀୟ ବାଳକ । ଛୁରାମାଡ଼ରେ ଆଉ କିଛି ପିଲା ବି ଆହତ ହୋଇଛନ୍ତି । ଗିରଫ କରିବାକୁ ଆସିଥିବା ୨ ପୁଲିସ୍ ବି ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭାରତୀୟ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ନାବାଳକ ଆକ୍ରମଣକାରୀକୁ ଗିରଫ କରାଯାଇଛି । ବାଳକ ଜଣକ କାହିଁକି ଏପରି ଆକ୍ରମଣ କଲା କାରଣ ଅସ୍ପଷ୍ଟ ରହିଛି ।
    ଉଫା ଯିବେ ଭାରତୀୟ ଅଧିକାରୀ- ଆକ୍ରମଣ ପରେ ସନ୍ଦିଗ୍ଧ ବାଳକକୁ ହେପାଜତକୁ ନିଆଯାଇଛି । ଆକ୍ରମଣକାରୀ ବିଷୟରେ କିଛି ସୂଚନା ହସ୍ତଗତ ହୋଇନାହିଁ । ଆକ୍ରମଣକାରୀ ନାବାଳକ ମଧ୍ୟ ଆହତ ହୋଇଛି । ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଏକ ତଦନ୍ତ କମିଟି ଗଠନ ହୋଇଛି । ରୁଷରେ ଥିବା ଭାରତୀୟ ଦୂତାବାସ କହିଛି କି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗୋଯୋଗରେ ଅଛୁ । କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀ ଆହତ ଛାତ୍ରଙ୍କୁ ସହାୟତା କରିବା ଏବଂ ଅଧିକ ସହାୟତା ସମନ୍ୱୟ କରିବା ପାଇଁ ଉଫା ଯାତ୍ରା କରିଛନ୍ତି ।
    ​​​​​​​​​​​​​​ପ୍ରତ୍ୟକ୍ଷଦର୍ଶୀ ହଷ୍ଟେଲରେ ବିଶୃଙ୍ଖଳା ବାବଦରେ କହିଛନ୍ତି । ସେମାନଙ୍କ କହିବା ଅନୁସାରେ ଆକ୍ରମଣ ପରେ ସବୁଠାରେ ରକ୍ତ ପଡିଥିଲା । ସ୍ଥାନୀୟ ଗଣମାଧ୍ୟମରେ ପ୍ରଦର୍ଶିତ ଭିଡ଼ିଓରେ ଜରୁରୀକାଳୀନ ସେବାରେ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଏହି ଘଟଣାକୁ ନେଇ ସେଠାରେ ପଢୁଥିବା ବିଦେଶୀ ଛାତ୍ରଙ୍କ ମଧ୍ୟରେ ଭୟ-ଆତଙ୍କ ଖେଳିଯାଇଛି । ରୁଷୀୟ ଅଧିକାରୀ ଏବେ ସୁଦ୍ଧା ଆକ୍ରମଣ ପଛରେ କାରଣ କହିନାହାନ୍ତି । ସନ୍ଦିଗ୍ଧ, ପୀଡ଼ିତଙ୍କ ସମ୍ପର୍କରେ ବି କିଛି ସୂଚନା ଦେଇନାହାନ୍ତି । ଏଜେନ୍ସିଂ ଘଟଣାର ପରିସ୍ଥିତିର ତଦନ୍ତ କରୁଛି । ଘଟଣାସ୍ଥଳରେ ଥିବା ଲୋକଙ୍କୁ ପଚରାଉଚରା ଜାରି ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook