Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

    Share on :
    ajab-Image
    Date: Mar 21, 2023    Views: 3361

    ପୁରୀ : ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩୦୦.୭୯ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ‌ହୋଇଛି। ଯେଉଁଥିରେ, ଉଭୟ ରାଜସ୍ବ ଓ ପୁଞ୍ଜି ଆୟ ପରିମାଣ ୩୦୦.୭୯ କୋଟି ଥିବାବେଳେ ଉଭୟର ବ୍ୟୟ ପରିମାଣ ୨୬୨.୪୯ କୋଟି ଟଙ୍କା ରହିଛି।

    ପ୍ରତିବର୍ଷ ଆୟ ଓ ବ୍ୟୟ ପରିମାଣ ପ୍ରାୟ ସମାନ ରହିଥାଏ। କିନ୍ତୁ, ଚଳିତବର୍ଷ ବ୍ୟୟଠାରୁ ଆୟ ପରିମାଣ ୩୮.୩୦ କୋଟି ଟଙ୍କା ଅଧିକ ରହିଛି। କେବଳ ଶ୍ରୀମନ୍ଦିର ପରିଚାଳନା କମିଟିରେ ଚୂଡ଼ାନ୍ତ ମୋହର ବାଜିବାକୁ ବାକି ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି।

    ଅନ୍ୟପଟେ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ନିଅଣ୍ଟ ପଡ଼ୁଥିବାରୁ ଏହାକୁ ବୃଦ୍ଧି ପାଇଁ ରାଜ୍ୟ ମୁଖ୍ୟ ସଚିବ, ଆଇନ ବିଭାଗ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook