Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇସିୟୁରେ ଶ୍ରେୟସ ଆୟର

    Share on :
    ajab-Image
    Date: Oct 27, 2025    Views: 2826

    ନୂଆଦିଲ୍ଲୀ: ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ କ୍ରିକେଟରଶ୍ରେୟସ ଆୟରଉ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଜାତୀୟ ଗଣମାଧ୍ୟମ ମୁତାବକ, ଶ୍ରେୟସଙ୍କ ସୁସ୍ଥତା ଉପରେ ନିର୍ଭର କରି ତାଙ୍କୁ ୨ରୁ ୭ଦିନ ପର୍ୟ୍ୟନ୍ତ ପର୍ୟ୍ୟବେକ୍ଷଣରେ ରଖାଯିବ। କାରଣ ରକ୍ତସ୍ରାବରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।ଏବେ ଡାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ସୁସ୍ଥ ହେବା ପରେ ସେ ଭାରତ ଫେରିବେ।

    Maximum 500 characters

    ଖେଳ ଖବର View all

    Find Us on Facebook