Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୋଷ ସ୍ୱୀକାର କଲା ଅଫତାବ: ଯାହା ବି କରିଛି ରାଗରେ କରିଛି

    Share on :
    ajab-Image
    Date: Nov 22, 2022    Views: 4493

    ନୂଆଦିଲ୍ଲୀ: ଆଉ ୪ ଦିନ ବଢିଲା ଦିଲ୍ଲୀ ଜହ୍ଲାଦ ପ୍ରେମିକ ଅଫତାବର ପୁଲିସ ରିମାଣ୍ଡ। ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ପୁଲିସର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଆଉ ୪ ଦିନ ରିମାଣ୍ଡରେ ନେଇ ଶ୍ରଦ୍ଧା ୱାକର ହତ୍ୟାକାରୀ ଅଫତାବକୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ ।
    ଆଜି କୋର୍ଟରେ ହାଜର ସମୟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ଅଫତାବ ପୁନାୱାଲା। ସେ କହିଛି ଯେ, ସେଦିନ ସେ ଯାହା ବି କରିଛି ରାଗରେ କରିଛି । ଅତି ରାଗିଯାଇ ବଡ଼ ଭୁଲ କରିଛି । ତେବେ ସେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରୁଛି । ଏପରିକି ହତ୍ୟା ପରେ ଶ୍ରଦ୍ଧାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ କେଉଁଠି ଫୋପାଡିଛି ତାହା ପୁଲିସକୁ କହିସାରିଛି। ପୋଖରୀ ପାଖରେ ଶ୍ରଦ୍ଧାଙ୍କ ଖପୁରୀ ଫୋପାଡିଥିବା ଅଫତାବ କହିଥିବା ବେଳେ ତାହା ଏଯାଏଁ ମିଳିପାରିନି । ମ୍ୟାପ ଜରିଆରେ ପୋଲିସ ସେହି ସ୍ଥାନକୁ ଖୋଜୁଛି। ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ସୁରାକ ଯୋଗାଡ କରିବାକୁ ପୁଲିସ ୧୪ଟି ଟିମ୍ ଗଠନ କରିଛି ।

    ପୁଲିସ ଅଫତାବକୁ ତୃତୀୟଥର ପାଇଁ ରିମାଣ୍ଡରେ ନେଇଛି। ଏହାପୂର୍ବରୁ ୫-୫ ଦିନ ପାଇଁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି ପୁଲିସ। ଏଥିସହ ତାର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇସାରିଛନ୍ତି । ତେବେ ତାରିଖ ଚୂଡାନ୍ତ ହୋଇନି । ସେହିପରି ଅଫତାବର ନାର୍କୋ ଟେଷ୍ଟ ପାଇଁ ବି ମିଳିସାରିଛି କୋର୍ଟଙ୍କ ଅନୁମତି । ପଲିଗ୍ରାଫ ଓ ନାର୍କୋ ଟେଷ୍ଟରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook