Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରୌପ୍ୟ ଜିତିଲେ ଶ୍ରାବଣୀ

    Share on :
    ajab-Image
    Date: Jun 1, 2025    Views: 3669

    ଗୁମି(ଦକ୍ଷିଣକୋରିଆ): ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ​‌େ​‌ର ଓଡ଼ିଆ ଧାବିକା ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଚମକିଛନ୍ତି। ଦେଶ ପାଇଁ ଶ୍ରାବଣୀ ମହିଳା ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ମହିଳା ୪ଗୁଣା ୧୦୦ ମିଟର ରିଲେରେ ଭାରତୀୟ ଦଳ ୪୩.୮୬ ସେକେଣ୍ଡରେ ଅତିକ୍ରମ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିିତିଛି। ଭାରତୀୟ ଦଳ ପକ୍ଷରୁ ଶ୍ରାବଣୀ ପ୍ରତିନିଧିତ୍ବ କରିଥିଲେ। ଶ୍ରାବଣୀଙ୍କ ସହ ରିଲେ ଦଳରେ ଏସ୍‌ଏସ ସ୍ନେହା, ରଞ୍ଜନା ଓ ନିତ୍ୟା ଘାଡ୍‌କେ ପ୍ରତିନିଧିତ୍ବ କରିଥିଲେ। ଏଥିରେ ଚୀନ୍‌କୁ ସ୍ବର୍ଣ୍ଣ ଓ ଥାଇଲାଣ୍ଡକୁ କାଂସ୍ୟ ପଦକ ମିଳିଛି। ଏସୀୟ ଦୌଡ଼କୁଦ ଚମ୍ପିଆନସିପରେ ଶ୍ରାବଣୀଙ୍କ ଏହା ଦ୍ବିତୀୟ ପଦକ। ପୂର୍ବରୁ ଶ୍ରାବଣୀ ୨୦୧୭ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନସିପର ୪ଗୁଣା ୧୦୦ମିଟର ରିଲେରେ କାଂସ୍ୟ ପଦକ ଜିତିଥିଲେ। ସେହିପରି ଓଡ଼ିଶାରୁ ଖେଳୁଥିବା ଛତିଶଗଡ଼ର ଅନିମେଶ କୁଜୁର କାଂସ୍ୟ ପଦକ ଜିିତି ରାଜ୍ୟ ପାଇଁ ଗୌରବ ସାଉଁଟିଛନ୍ତି। ପୁରୁଷ ୨୦୦ ମିଟର ଦୌଡ଼ରେ ଅନିମେଶ କୁଜୁର କାଂସ୍ୟ ପଦକ ଜିତିଛନ୍ତି। ଅନିମେଶ ୨୦୦ ମିଟର ଦୌଡ଼କୁ ୨୦.୩୨ ସେକେଣ୍ଡ​ରେ ଅତିକ୍ରମ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିିତିଛନ୍ତି। ଛତିଶଗଡ଼ର ଅନିମେଶ ଭୁବନେଶ୍ବରର ରିଲାଏନ୍ସ ଦୌଡ଼କୁଦ ଏଚ୍‌ପିସି କେନ୍ଦ୍ରରେ ପ୍ରଶିକ୍ଷଣ ହାସଲ କରୁଛନ୍ତି। ଏହି ସଫଳତା ଲାଗି ଶ୍ରାବଣୀ ଓ ଅନିମେଶଙ୍କୁ ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜି ଶ୍ରୀନିବାସ ପଟ୍ଟନାୟକ, ସମ୍ପାଦକ ଅଭିଜିତ ପାଲ ଓ କ୍ରୀଡ଼ା ସଂଗଠକ ଡ. ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook