Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗରମ ଦିନେ ଏହି ୪ଟି ମସଲା ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କ’ଣ କ’ଣ ?

    Share on :
    ajab-Image
    Date: Mar 18, 2023    Views: 3117

    ତରକାରୀକୁ ସୁସ୍ବାଦୁ କରିବା ପାଇଁ ମସଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଏହା ଜରୁରୀ ନୁହେଁ ଯେ ସବୁ ବେଳେ ମସଲା ଆପଣଙ୍କ ସ୍ବାସ୍ଥ୍ୟ ଭଲ ଅଟେ । ଏମିତି କିଛି ମସଲା ରହିଛି ଯାହାକୁ ଗରମ ଦିନେ ଖାଇବା ଉଚିତ ନୁହେଁ । ଯଦି ଆପଣ ଏହି ମସଲାଗୁଡିକ ଅଳ୍ପ ପରିମାଣରେ ଖାଆନ୍ତି ତେବେ ଏହା ଦ୍ବାରା କୌଣସି କ୍ଷତି ହେବ ନାହିଁ । କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ଏହି ମସଲାକୁ ଖାଆନ୍ତି ତେବେ ଆପଣଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ ।

    ଅଧିକ ପରିମାଣର ହଳଦୀ ବ୍ୟବହାର କରନ୍ତୁ ନାହିଁ :
    ସମସ୍ତେ ଜାଣନ୍ତି ଯେ ହଳଦୀ ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ବିଶେଷକରି ମହିଳାମାନେ ଋତୁସ୍ରାବ ସମୟରେ ଅଳ୍ପ ପରିମାଣରେ ହଳଦୀ ବ୍ୟବହାର କରିବା ଉଚିତ । କାରଣ ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ଅଧିକ ରକ୍ତସ୍ରାବ ହୋଇପାରେ ।

    ତୁଳସୀ ସେବନ କମ୍ କରନ୍ତୁ :
    ତୁଳସୀ ମଧ୍ୟ କମ୍ ମାତ୍ରାରେ ବ୍ୟବହାର କରିବା ଉଚିତ । ବହୁତ କମ୍ ଲୋକ ଜାଣିଥିବେ ଯେ ଏହା ଅଧିକ ମାତ୍ରାରେ ଖାଇବା ଦ୍ବାରା ରକ୍ତଚାପ ହ୍ରାସ ପାଇଥାଏ । ଏହାସହ ମହିଳାଙ୍କ ଫର୍ଟିଲିଟି ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

    କମ୍ ପରିମାଣର ଡାଳଚିନି ବ୍ୟବହାର କରନ୍ତୁ :
    ଡାଳଚିନି ଲାଭଦାୟକ ହୋଇଥାଏ । କିନ୍ତୁ ଏହା ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ପାଟିରେ ଫୁଲା ମଧ୍ୟ ହୋଇପାରେ । ଏହାସହ ଏହାକୁ ଅଧିକ ଖାଇବା ଦ୍ବାରା ରକ୍ତଚାପ ଅଧିକ କମିଯାଇପାରେ ।

    ଗୋଲମରିଚ :
    ଗୋଲମରିଚକୁ ଅଧିକାଂଶ ତରକାରୀରେ ବ୍ୟବହାର କରାଯାଇଥାଏ । ସମସ୍ତେ ଜାଣନ୍ତି ଯେ ଏହାଦ୍ବାରା ଓଜନ ହ୍ରାସ ପାଇଥାଏ । କିନ୍ତୁ ଯଦି ଆପଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ଥାଏ ତେବେ ଆପଣଙ୍କ ପାଇଁ ଗୋଲମରିଚ ଲାଭଦାୟକ ନୁହେଁ ।

    Maximum 500 characters

    ବିଶେଷ View all

    Find Us on Facebook