Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଶ୍ବକପ୍‌ ଫାଇନାଲ୍‌ ଲାଗି ସ୍ବତନ୍ତ୍ର ରେଳ

    Share on :
    ajab-Image
    Date: Nov 18, 2023    Views: 4532

    ନୂଆଦିଲ୍ଲୀ: ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ ବୋଲି ଘୋଷଣା କରିଛି।

    ସୂଚନାଯୋଗ୍ୟ, ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସେଥିପାଇଁ ଏହି ସ୍ବତନ୍ତ୍ର ରେଳ ସବୁ ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ। ଆଜି ଅର୍ଥାତ୍‌ ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍‌ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍‌ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବ‌େଳେ ବାକି ୩ଟି ଟ୍ରେନ୍‌ ମୁମ୍ବାଇରୁ ଅହମଦାବାଦ ମଧ୍ୟର ଚଳାଚଳ କରିବ।

    ମ୍ୟାଚ୍‌ ଶେଷ ହେବା ପରେ ରାତି ପ୍ରାୟ ୨.୩୦ରେ ଏହି ସ୍ବତନ୍ତ୍ର ରେଳ ସବୁ ଅହମଦାବାଦ୍‌ରୁ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ। ବର୍ଦ୍ଧିତ ବିମାନ ଟିକେଟ୍‌ ମୂଲ୍ୟଠାରୁ ସ୍ବତନ୍ତ୍ର ରେଳର ଟିକେଟ୍‌ ମୂଲ୍ୟ ଯେମିତି ଶସ୍ତା ହୁଏ, ସେଥିପ୍ରତି ଭାରତୀୟ ରେଳବାଇ ବିଶେଷ ଧ୍ୟାନ ଦେଇଛି। ନିୟମିତ ଟ୍ରେନ୍‌ର ସବୁ ସିଟ୍‌ ରିଜର୍ଭ ହୋଇସାରିଥିବା ବେଳେ ବିମାନ ଯାତ୍ରା ଲାଗି ଟିକେଟ୍‌ର ମୂଲ୍ୟ ଆକସ୍ମିକ ଭାବେ ବୃଦ୍ଧି ପାଇ ୨୦, ୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ହୋଇଯାଇଛି। କ୍ରିକେଟ୍‌ପ୍ରେମୀଙ୍କ ଚାହିଦା ପ୍ରତି ଧ୍ୟାନ ଦେଇ ରେଳବାଇ ସ୍ବତନ୍ତ୍ର ରେଳ ଚଳାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଆଗ୍ରହୀ ଯାତ୍ରୀମାନେ ୬୨୦ ଟଙ୍କାରେ ‘ସ୍ଲିପର୍‌ କ୍ଲାସ୍‌’, ୧,୫୨୫ ଟଙ୍କାରେ ‘୩ଏସି ଇକୋନମି ବର୍ଥ’, ୧,୬୬୫ ଟଙ୍କାରେ ‘ଷ୍ଟାଣ୍ଡାର୍ଡ ୩ଏସି’ ସିଟ୍‌, ଓ ୩,୪୯୦ ଟଙ୍କାରେ ‘ଫାଷ୍ଟ୍‌-କ୍ଲାସ୍‌ ଏସି ଆକୋମୋଡେସନ୍‌’ ଟିକେଟ୍‌ ପାଇପାରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook