Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବାଚସ୍ପତି ନିର୍ବାଚନକୁ ବୟକଟ: ନରସିଂହ

    Share on :
    ajab-Image
    Date: Sep 14, 2023    Views: 3505

    ଭୁବନେଶ୍ୱର: ଆଗକୁ ବିଧାନସଭାର ବାଚସ୍ପତି ନିର୍ବାଚନ । ଏନେଇ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବାଚସ୍ପତି ନିର୍ବାଚନକୁ ବୟକଟ କରିବେ ବୋଲି କହିଛନ୍ତି । କେବଳ ସେ ନୁହନ୍ତି କଂଗ୍ରେସର କୌଣସି ବିଧାୟକ ବାଚସ୍ପତି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । 

    ଶ୍ରୀ ମିଶ୍ର କହିଛନ୍ତି ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ଏହା ୨ ଦିନ ଧରି ପାଳିତ ହାଇଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ତାରିଖରେ ବିଧାନସଭା ଡାକିଛନ୍ତି । ପ୍ରତିବାଦ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ଯାହା ପଶ୍ଚିମଓଡ଼ିଶା ପ୍ରତି ଉପହାସ । ପଶ୍ଚିମଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ।

    ପ୍ରକାଶ ଯେ ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ। ସେପ୍ଟେମ୍ବରରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏହାପରେ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନର ଆରମ୍ଭ ହେବ ।  

    ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବ ଅଧିବେଶନ । ଏଥର ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି । 

    ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି । ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ ।

    ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ଏହି ବିଭାଗ ପୂର୍ବରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାରା ମନ୍ତ୍ରୀ ଅଛନ୍ତି। ଗତ ବର୍ଷ ଜୁନ୍ ମାସରେ ବରିଷ୍ଠ ବିଧାୟକ ସୂର୍ୟ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ।

    Maximum 500 characters

    ରାଜନୀତି View all

    Find Us on Facebook