Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିଲମ୍ବନ ନୁହେଁ, ବହିଷ୍କାର କରାଯାଇଥିଲେ ଖୁସି ହୋଇଥାନ୍ତି : ସୌଭିକ

    Share on :
    ajab-Image
    Date: Mar 23, 2026    Views: 2410

    ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହେବା ପରେ ବିଧାୟକ ସୌଭିକ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯେଉଁଦିନ ମୋ ବାପାଙ୍କୁ ବିଜେଡି ଦଳକୁ ବହିଷ୍କାର କରାଯାଇଥିଲା ମୁଁ ମଧ୍ୟ ସେହି ଦିନ ବିଜେଡି ଦଳରୁ ବହିଷ୍କାର ହୋଇଛି ବୋଲି ଭାବିଥିଲି । ମୁଁ ଭାବିଥିଲି ମୋତେ ଦଳରୁ ବହିଷ୍କାର କରିବେ । ମୋ ବାପା ନବୀନ ନିବାସରେ ସଂତୃପ ମିଶ୍ରଙ୍କୁ ରାଜ୍ୟସଭା ପାର୍ଥି ନ କରିବାକୁ ପ୍ରସ୍ତାବ ରଖିଥିଲେ । କାରଣ ମୂଳରୁ ଦଳ ଗଠନରେ ତାଙ୍କର ଅବଦାନ କିଛି ନାହିଁ, ଏହା ଦଳର ସ୍ବାର୍ଥରେ ଥିଲା।

    ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋତେ ନବୀନ ନିବାସ ଡକାଯାଇଥିଲା । ମୋ ସାଙ୍ଗରେ୭ ଜଣ ବିଧାୟକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ନିର୍ମାଲ୍ୟ ଛୁଇଁ ବିଜେଡି ପାର୍ଥୀଙ୍କୁ ଭୋଟ ଦେବାକୁ କୁହାଯାଇଥିଲା। କିନ୍ତୁ ମୁଁ ନବୀନ ବାବୁଙ୍କୁ ହାତ ଯୋଡି ସତ କହିଥିଲି ମୁଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବି ନାହିଁ । ମୋ ପିତାଙ୍କୁ ଅସମ୍ମାନ କରାଯାଇଛି, ପୁତ୍ର ହୋଇ ମୁଁ କେମିତି ତାଙ୍କ ବିରୋଧରେ ଯାଇପାରିବି ଜ୍ଝ ମୋ ବାପାଙ୍କୁ ଯେଉଁଭଳି ଅତ୍ୟାଚାର କରାଯାଇଛି ମୁଁ ସହି ପାରିବିନାହିଁ । ୨୦୦୪ରେ ପ୍ରଭାତ ବିଶ୍ୱାଳ ଟିକେଟ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଟିକେଟ ଦିଆଗଲାନାହିଁ।

    ମୋ ବାପା ବାରମ୍ବାର ବିଧାୟକ ଭାବରେ ବିଜୟ ଲାଭ କରିଛନ୍ତି । ୩୬ ସଂଘରେ ୩୦ ବର୍ଷ ହେବ ସଭାପତି ଏବଂ ଉପଦେଷ୍ଟା ଭାବରେ କାଯ୍ୟ କରିଆସୁଛନ୍ତି। ଆମେ ଅର୍ଥ ଲୋଭୀ ନୁହେଁ । ଆମେ ନା ପୂର୍ବରୁ ଅର୍ଥ ପାଇଁ ଲଢ଼ିଛି ନା ପରେ ନା ଭବିଷ୍ୟତ ରେ କରିବୁ  ଘୋଡା ବେପାର ଏବଂ ପ୍ରଭାତ ବିଶ୍ୱାଳ ଦୁଇଟି ଅଲଗା ଅଲଗା ରାସ୍ତା । ନବୀନ ବାବୁଙ୍କ ପ୍ରତି ମୋର ସମ୍ମାନ ଅଛି କିନ୍ତୁ ନବୀନ ବାବୁଙ୍କ ପାଖରେ ଥିବା କିଛି ଲୋକ ପ୍ରଭାତ ବିଶ୍ୱାଳ ବିରୋଧରେ କହିଆସିଛନ୍ତି ବୋଲି ସେ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook